ରାଜଧାନୀର ୩୩ ନଂ ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ପୌର ନିର୍ବାଚନ ପ୍ରଚାର ଜମି ଆସୁଥିବା ବେଳେ ରାଜନୈତିକ ହିଂସା ଘଟିଛି। ୩୩ ନଂ ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ବାମୀ ଉମାକାନ୍ତ ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି। କେବଳ ଧରିତ୍ରୀ ଜେନାଙ୍କ ସ୍ବାମୀ ଉମାକାନ୍ତ ଜେନାଙ୍କୁ ନୁହେଁ, ବରଂ ପୁରା ପରିବାରକୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସମସ୍ତେ ଏବେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖବର ମିଳିଛି।

ଏଣେ ଗତକାଲି ବିଳମ୍ବିତ ରାତିରେ ୪୫ ନମ୍ବର ୱାର୍ଡର ଜନୈକ କର୍ପୋରେଟର ପ୍ରାର୍ଥୀଙ୍କ ସମର୍ଥକଙ୍କୁ ବିପକ୍ଷ ଗୋଷ୍ଠୀ ବୀଭତ୍ସ ଭାବେ ହାଣି ପକାଇଛନ୍ତି। ତାଙ୍କ ପରିଚୟ ମିଳି ପାରିନାହିଁ। ବଡ଼ଗଡ଼ କେନାଲ ରୋଡରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ପ୍ରାର୍ଥୀଙ୍କର ଶହ ଶହ ସମର୍ଥକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ତଦନ୍ତ ଆରମ୍ଭ କରିଥିବା ବେଳେ ଗଣ୍ଡଗୋଳ ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର