ଉନ୍ନୟନ ମୂଳକ କାର୍ଯ୍ୟ ବିଲ୍‌ କରିବା ନେଇଁ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା

ତେନ୍ତୁଳିଖୁଣ୍ଟି : ଆଜି ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି ! ଉନୟନ କାର୍ଯ୍ୟ ବିଲ କୁ ନେଇଁ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତ ଙ୍କୁ କିଛି ଯୁବକ ଘରୁ ଡ଼ାକିନେଇ ମରଣାନ୍ତକ ଆକ୍ରମଣ କରିଛନ୍ତି ! କନିଷ୍ଠ ଯନ୍ତ୍ରୀ ଜଣଙ୍କ ବର୍ତ୍ତମାନ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଚିକିତ୍ସାଧୀନ ଥୁବାବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥୁବା ଦେଖିବାକୁ ମିଳିଛି ! ଯୁବକ ମାନେ କନିଷ୍ଟ ଯନ୍ତ୍ରୀ ଙ୍କୁ ବନ୍ଧୁକ ସାହାଯ୍ୟ ରେ ମୁଣ୍ଡକୁ ପ୍ରହାର କରିଥୁବା ବେଳେ ମୁଣ୍ଡରେ ଷ୍ଟିଚ ପଡ଼ିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ! ଖବର ପାଇ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି !

ଏତଲା ଅନୁଯାୟୀ ଆଜି ସାଡେ 12 ଘଣ୍ଟା ସମୟରେ କନିଷ୍ଟ ଯନ୍ତ୍ରୀ ରଜନୀ କାନ୍ତ ଭକ୍ତ ଅଫିସ କାର୍ଯ୍ୟରେ ବ୍ୟସ୍ତ ଥିଲେ ! ଏହି ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମର ଗୋଲକ ନାୟକ ଫୋନ କରି କନିଷ୍ଠ ଯନ୍ତ୍ରୀ ଶ୍ରୀ ଭକ୍ତ ଙ୍କୁ କଥା ହେବାର ଅଛି ବାହାର କୁ ଡାକିଥିଲେ ! ଯନ୍ତ୍ରୀ ଜଣଙ୍କ ବାହାର କୁ ଆସିବା ମାତ୍ରେ ପ୍ରାୟ ସାତ ଜଣ ଯୁବକ ଙ୍କ ସମେତ ଗୋଲକ ନାୟକ ଯନ୍ତ୍ରୀଙ୍କୁ ଅଶ୍ୱିଳ ଭାଷାରେ ଗାଳିଗୁଲଜ କରି ମୋର ବିଲ କାହିଁକି ବିଳମ୍ବ ହେଉଛି କହି ମାଡ ମାରିବା ଆରମ୍ଭ କରିଥିଲେ ! ଏମିତି କି ବନ୍ଧୁକ ଦେଖାଇବା ସହ ବନ୍ଧୁକ ପଛ ପଟୁ ଯନ୍ତ୍ରୀ ଙ୍କ ମୁଣ୍ଡକୁ ଆଘାତ କରିଥୁବା ଏତଲା ରେ ଉଲ୍ଲେଖ ରହିଛି ! କନିଷ୍ଟ ଯନ୍ତ୍ରୀ ଶ୍ରୀ ଭକ୍ତ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ! ରକ୍ତ ଜୁଡୁବୁଡୁ ଅବସ୍ଥା ରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଭର୍ତି କରି ଚିକିତ୍ସା ଜାରି ରହିଛି !

କନିଷ୍ଠ ଯନ୍ତ୍ରୀ ଶ୍ରୀ ଭକ୍ତ ଙ୍କ ମୁଣ୍ଡରେ ଛଅଟି ସିଲେଇ ପଡ଼ିଥୁବା ବେଳେ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ବସ୍ତା ସ୍ୱାଭାବିକ ଥୁବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ! ଖବର ପାଇ ପାପଡାହାଣ୍ଡି ଏସ ଡି ପି ଓ ଆଦିତ୍ୟ ସେନ ଘଟଣା ସ୍ଥଳରେ ପହଂଚି ଆରମ୍ଭ କରିଛନ୍ତି ! ଏନେଇଁ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ 88/22 ଅନୁଯାୟୀ ଏକ ମାମଲା ରୁଜୁ ହୋଇଥୁଭା ବେଳେ ଆଇଆଇସି ଉମେଶ ନାୟକ କେଶର ତଦନ୍ତ କରୁଛନ୍ତି ! ରିପୋର୍ଟ ଲେଖା ହେବା ସୁଦ୍ଧା ସମ୍ପୃକ୍ତ ଯୁବକ ଙ୍କୁ ଗିରଫ କରାଯାଇନି ! ତେବେ ବିଭିନ୍ନ ସ୍ଥାନରେ ଚଡଉ ଜାରି ରହିଛି ଏବଂ ଖୁବ ଶୀଘ୍ର ସମ୍ପୃକ୍ତ ଯୁବକ ଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ନାୟକ ପ୍ରକାଶ କରିଛନ୍ତି !

ସମ୍ବନ୍ଧିତ ଖବର