ରାଉରକେଲା: ଜମିବାଡି ବିବାଦରୁ ଜଣେ ବୃଦ୍ଧାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାର ଆଜି ରାୟ ପ୍ରକାଶ ପାଇଛି। ରାଉରକେଲା ଏସିଜେଏମ୍‌ ବିଷ୍ଣୁଦେବ ଜେନା ଅଭିଯୁକ୍ତ କୃଷ୍ଣ ବଡାଇକ୍‌କୁ ୫ ବର୍ଷ ଜେଲ ସହଏକ ହଜାର ଟଙ୍କା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ୧୨ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ ଓ ୧୯ ଦସ୍ତାବିଜ୍‌କୁ ଆଧାରରେ ବିଚାରପତି ଶ୍ରୀ ଜେନା ଏହି ରାୟ ଶୁଣାଇଛନ୍ତି। ବିଶ୍ରା ଥାନା ଅନ୍ତର୍ଗତ ଗାଇଞ୍ଜରରେ ଜଗନ୍ନାଥ ବଡାଇ ଓ ତାଙ୍କ ମା’ ହୀରାମଣି ବଡାଇକ ପରିବାର ସହ ରହନ୍ତି।

Advertisment

ଗତ ୨୦୨୧ ମାର୍ଚ୍ଚ ୧୦ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟାରେ ଜମିବାଡିକୁ କେନ୍ଦ୍ରକରି ସମ୍ପର୍କୀୟ କୃଷ୍ଣଚନ୍ଦ୍ର ବଡାଇକ ପଡୋଶୀ ଜଗନ୍ନାଥ ଓ ତାଙ୍କ ମା’ ହୀରାମଣିଙ୍କ ସହ ପାଟିତୁଣ୍ଡ କରିଥିଲେ। ଏଥିରେ କୃଷ୍ଣର ରାଗ ଶାନ୍ତ ପଡିନଥିଲା। ଘରୁ ଦାଉଲିରେ ହୀରାମଣିଙ୍କ ମୁଣ୍ଡ ଓ ହାତକୁ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ହୀରାମଣି ତଳେ ପଡିଯିବା ପରେ କୃଷ୍ଣ ସେଠାରୁ ଫେରାର ହୋଇଯାଇଥିଲା। ହୀରାମଣିଙ୍କୁ ପ୍ରଥମେ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁରସ୍ଥ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ବିଶ୍ରା ପୁଲିସ ଆକ୍ରଣକାରୀ କୃଷ୍ଣଚନ୍ଦ୍ର ବଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାସ୍ଥଳରୁ ପୁଲିସ ରକ୍ତଭିଜା ଦାଉଲି ଜବତ କରିଥିଲା। ସହକାରୀ ପିପି ସନ୍ତୋଷ କୁମାର ନାୟକ ମାମଲା ପରିଚାଳନା କରୁଥିଲେ।