ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ବରଗଡ଼ : ବରଗଡ଼ ବ୍ଲକ୍‌ କୁରୁଆଁ ପଞ୍ଚାୟତରେ ରାଜନୈତିକ ତିକ୍ତତା ଉଗ୍ର ରୂପ ଧାରଣ କରିଛି। ସେଠାରେ ସରପଞ୍ଚ ପୁଷ୍ପାଞ୍ଜଳି କଲତାଙ୍କ ସ୍ବାମୀ ଜଗବନ୍ଧୁ କଲତାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ଗାପୂଜା ଉତ୍ସବ ସମୟରେ କୁରୁଆଁଠାରେ ଏକ ନିଛାଟିଆ ଜାଗାରେ କିଛି ଦୁର୍ବୃତ୍ତ ଜଗବନ୍ଧୁକୁ ଲାଠି ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଅଘାତ ଲାଗିଛି। ଶରୀରର ଅନ୍ୟ ସ୍ଥାନରେ ବି କ୍ଷତ ହୋଇଛି। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି।

ତେବେ ଏହି ଘଟଣା ରାଜନୈତିକ ତିକ୍ତତା ଯୋଗୁଁ ଘଟିଥିବା ଶୁଣିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା ହେଲା, କିଛି ଦିନ ପୂର୍ବରୁ ଜଗବନ୍ଧୁଙ୍କ କିଛି ସହଯୋଗୀ ଗୋଟିଏ ରାଜନୈତିକ ଦଳର କିଛି ସମର୍ଥକଙ୍କୁ ମାଡ଼ ମାରିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଜଗବନ୍ଧୁଙ୍କ ଉପରେ ପାଲଟା ଆକ୍ରମଣ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe