ରଣପୁର/ନୟାଗଡ଼ : ଫତେଗଡ଼ ଥାନା ଏଏସ୍ଆଇ ଅପର୍ତ୍ତି ସାହୁଙ୍କୁ ନିଲମ୍ବନ କରାଯାଇଛି। ଅପର୍ତ୍ତି ୨୦୧୫ ମସିହାରେ ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟ କରୁଥିବା ବେଳେ, ଏକ ଦୁର୍ଘଟଣା ମାମଲାରେ ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡ଼ାଇଥିଲେ। ଅପର୍ତ୍ତିଙ୍କ ଏଭଳି ମାମଲା ବର୍ତ୍ତମାନ କ୍ରାଇମବ୍ରାଞ୍ଚରେ ବିଚାରାଧୀନ ଥିବା ଏସ୍ପି ସୂଚନା ପ୍ରଦାନ କରିଛନ୍ତି। ସେହିଭଳି ଲାଞ୍ଚ ନେବା ଅଭିଯୋଗରେ ରଣପୁର ବ୍ଲକ୍ ଅନ୍ତର୍ଗତ ଦର୍ପନାରାୟଣପୁରସ୍ଥିତ ଫାଣ୍ତିର କାର୍ଯ୍ୟରତ କନେଷ୍ଟବଳ ଅଚ୍ୟୁତ କୁମାର ପ୍ରଧାନ ନିଲମ୍ବିତ ହୋଇଥିବା ଜଣାଯାଇଛି।
ଫତେଗଡ଼ ଥାନା ଏଏସ୍ଆଇ ନିଲମ୍ବିତ
/sambad/media/post_attachments/wp-content/uploads/2019/10/Fategarh_Police_Station_Fategarh.jpg)
/sambad/media/agency_attachments/2024-07-24t043029592z-sambad-original.webp)
