ଜୟପୁର/ବୋରିଗୁମ୍ମା: କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ କୁସୁମି ଅଞ୍ଚଳରେ ଅନରକିଲିଂ! ପରିବାର ସମ୍ମାନ ପାଇଁ ନାବାଳକ ପ୍ରେମୀଯୁଗଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ୩୫ ଦିନ ପୂର୍ବରୁ ଘଟିଥିବା ଏହି ଘଟଣାର ଖୁଲାସା କରିଛି କୋରାପୁଟ ପୁଲିସ୍। ଏହି ଘଟଣାରେ ପୁଲିସ୍ ମୃତ ନାବାଳିକାଙ୍କ ବାପା, ଭାଇଙ୍କ ସେମତ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ମାସ ୨୧ ତାରିଖରେ ପ୍ରକୃତ ହତ୍ୟାକାଣ୍ଡ ଘଟିଥିଲା। ସେଦିନ କୁସୁମି ରେଳଷ୍ଟେସନ୍ ନିକଟରୁ ଦୁଇ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଦୁଇଜଣ ହେଲେ, କୁସୁମି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ଗାଁର ଭାନୁମତୀ ମୁଦୁଲି (୧୪) ଓ ପର୍ଶୁରାମ ମୁଦୁଲି (୧୫) ବୋଲି ଜଣାପଡିଥିଲା। ଉଭୟ କୁସୁମି ସ୍କୁଲରେ ଅଷ୍ଟମ ଓ ନବମ ଶ୍ରେଣୀରେ ପଢୁଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମସମ୍ପର୍କ ରହିଥିଲା। ଦୁଇ ଜଣଙ୍କ ପ୍ରେମସମ୍ପର୍କକୁ ପରିବାର ଲୋକ ଅସମ୍ମାନଜନକ ବୋଲି ମନେ କରିଥିଲା। ଫଳରେ, ଭାନୁମତୀଙ୍କ ବାପା ଓ ଭାଇଙ୍କ ସହ ୩ଜଣ ସମ୍ପର୍କୀୟ ମିଶି ଏଭଳି ବର୍ବରକାଣ୍ଡ କରିଛନ୍ତି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି କନଓ୍ଵର ବିଶାଲ ସିଂହ କହିଛନ୍ତି ଯେ, ଏହି ଘଟଣାରେ ମୃତ ନାବାଳିକା ଭାନୁମତୀଙ୍କ ବାପା ମେଟା ମୁଦୁଲି (୫୦), ଭାଇ ପୀତବାସ ମୁଦୁଲି (୨୮) ଓ ତିନି ସମ୍ପର୍କୀୟ ଭାଇ କୃଷ୍ଣ ମୁଦୁଲି (୨୮), କମଳ ଲୋଚନ ମୁଦୁଲି (୩୦) ଓ ମନବଧ ମୁଦୁଲି (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ କେତେଜଣ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି। ତେବେ, ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। କୋଟପାଡ ଥାନାରେ ୧୦୯/୨୦୧୮ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇପିସି ୩୦୨, ୨୦୧ ଓ ୩୪ ଧାରାରେ ଗିରଫ କରାଯାଇଛି ବୋଲି ସେ ଶ୍ରୀ ସିଂହ କହିଛନ୍ତି।
କୋରାପୁଟରେ ଅନରକିଲିଂ ନାବାଳକ ପ୍ରେମୀଯୁଗଳଙ୍କୁ ହତ୍ୟା!
ବାପା, ଭାଇ ସମେତ ୫ ଗିରଫ
/sambad/media/post_attachments/wp-content/uploads/2018/07/arrested-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)