ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ବଜାର ପଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆଜି ସନ୍ଧ୍ୟାରେ ବାପ ଏବଂ ଝିଅଙ୍କୁ ଏକ ହାଇୱା ଗାଡ଼ି ଧକା ଦେଇଛି। କାକରଦ୍ରପୁର ଗ୍ରାମର ନରେନ୍ଦ୍ର ପଣ୍ଡା ( ୭୪ ) ଏବଂ ତାଙ୍କ ବିବାହିତା ଝିଅ ପୁଷ୍ପଲତା ପାଣିଗ୍ରାହୀ ( ୫୩ )ଙ୍କୁ ଏକ ହାଇୱା ( ଓଡି ୦୨ ସିଇ ୧୦୭୧) ଧକ୍କା ଦେଇଛି। ଦୁର୍ଘଟଣାରେ ଉଭୟ ବାପ-ଝିଅ ଗୁରୁତର ଆହତ ହୋଇଛନ୍ତି। ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠା ଯାଇଛି।
/sambad/media/post_attachments/wp-content/uploads/2024/04/eda7e6c7-b6b0-4fa4-9ef8-28a39fd73a6c.jpeg)
ସୂଚନା ଅନୁସାରେ ନରେନ୍ଦ୍ରଙ୍କ ଝିଅ ଚନ୍ଦନପୁର ବିରାମହରାଜପୁରସ୍ଥିତ ଶାଶୁ ଘରୁ ନିଜ ବାପ ଘର କାକରଦ୍ରପୁରକୁ ଆସିଥିଲେ। ସନ୍ଧ୍ୟା ସମୟରେ ବାଲିପାଟଣା ଛକରୁ ସ୍କୁଟି ଗାଡ଼ିରେ ବାପାଙ୍କ ସହ ଘରକୁ ଯାଉଥିଲେ। ସ୍କୁଟିଟି ପଛରୁ ଆସୁଥିବା ହାଇୱା ଡାଲାରେ ଲାଗି ଟାଣି ହୋଇ ଛିଟିକି ପଡିଥିଲେ। ପୁଷ୍ପଲତା ହାଇୱା ଚକା ତଳେ ପଡ଼ି ଯାଇଥିଲେ। ସୌଭାଗ୍ୟକୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ଡାହାଣ କାନ୍ଧ ନିକଟରେ ଗଭୀର କ୍ଷତ ହେବା ସହ ବାପ ଏବଂ ଝିଅଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ବାଲିପାଟଣା ଥାନା ଏସଆଇ ରାକେଶ ସାମଲ ଓ ଟିମ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିବା ସହ ମେଡିକାଲରେ ଆହତ ବ୍ୟକ୍ତିଙ୍କ ଚିକିତ୍ସାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/94702864-804a-4687-8aa3-12280fd2035c.jpeg)