ବିଷ ପିଇ ବାପା ଗୁରୁତର, ନାବାଳିକା ଝିଅ ସମ୍ପୂର୍ଣ୍ଣ ସୁସ୍ଥ  

ଭଦ୍ରକ: ପୁଲିସ ନ୍ୟାୟ ନ ଦେବାରୁ ବିଷ ପିଇଲେ ବାପା-ଝିଅ । ବାପା ଗୁରୁତର ଥିବା ବେଳେ କଟକ ବଡ଼ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଝିଅ ସୁସ୍ଥ ଅବସ୍ଥାରେ ଅଛି। ଗୁରୁତର ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ମହୁ ମୁହାଣ ଗ୍ରାମର ସଞ୍ଜୟ କୁମାର ନାୟକ। ପୁଲିସ ନାଁରେ ଏଭଳି ଅଭିଯୋଗ ଆଣି ବାପା-ଝିଅ ବିଷ ପିଇଥିବା ନାବାଳିକା ଝିଅ କହିଛି।
ଅଭିଯୋଗ ଅନୁଯାୟୀ, ଗତ ୧୯ ଦିନ ତଳେ ନାବାଳିକା ଝିଅ ସ୍ଥାନୀୟ ସୋରର ମଙ୍ଗଳପୁର ଶ୍ରୀନିବାସ କଲେଜରେ ପଢିବାକୁ ଯାଉଥିଲେ। ବାଟରେ କିଛି ଲୋକ କମେଣ୍ଟ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଵା ସହ ଅପହରଣ କରିନବାକୁ ଚେଷ୍ଟା କରିଥିଲେ। ପରେ ଏନେଇ ନାବାଳିକା ଝିଅ ତାଙ୍କ ପରିବାରକୁ ଜଣାଇବା ପରେ ପରିବାର ଲୋକ ସୋରୋ ଥାନାରେ  ଅଭିଯୋଗ କରିଥିଲେ। ପୁଲିସ ଏହି ଅଭିଯୋଗକୁ ଗୁରୁତର ସହ ନ ନେବାରୁ ଆଜି ସୋରୋ ଥାନାକୁ ବାପା-ଝିଅ ଆସିଥିଲେ। ଏହି ସମୟରେ ତିନି ଜଣ ବ୍ୟକ୍ତି ସେମାନଙ୍କୁ ପିଛା କରିବା ପରେ, ଭୟରେ ବାପା ଝିଅ ଭଦ୍ରକ ଆଡେ ପଳାଇ ଆସିଥିଲେ। ଶେଷରେ ନିରାଶ ହୋଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ନିକଟରେ ଜଣକ ଘର ସମ୍ମୁଖରେ ଥଣ୍ଡା ପାନୀୟରେ ବିଷ ମିଶାଇ ପିଇ ଦେଇଥିଲେ। ବାପାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ, ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।
ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଅନ୍ୟପଟରେ ଏହି ଘଟଣାକୁ ନେଇ ରହସ୍ୟ ଦେଖାଯାଇଛି। କେଉଁ କାରଣ ପାଇଁ ବାପା ବିଷ ପିଇଲେ ନାଁ ଏହି ଘଟଣା ପଛରେ ଆଉ କେଉଁ କାରଣ ରହିଛି? ପୁଲିସ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ସମ୍ବନ୍ଧିତ ଖବର