ସୋହେଲା: କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ହେବାରୁ ଆଜି ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ବାପ ଓ ଝିଅ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ କନାପାଲିରେ ଘଟିଥିବା ଏହି ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ତେବେ ବାପ-ଝିଅଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଗିରଫ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତେଜନା ସୃଷ୍ଟି କରିଥିଲେ। ଉତ୍ତେଜନା କାରଣରୁ ଯାତାୟତ ପ୍ରଭାବିତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଥିଲା। ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାଧାରଣ ଅବସ୍ଥାକୁ ଫେରିଥିଲା। ମୃତକମାନେ ହେଲେ ପ୍ରଦୀପ ସାହୁ (୩୫) ତାଙ୍କ ଝିଅ ରୁପା ସାହୁ (୪)।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ସୋହେଲା-ବିଜେପୁର ରାସ୍ତାରେ କନାପାଳି ଛକରେ କାର ଏବଂ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ଥିବା ବିଜେପୁର ବ୍ଳକ ମନ୍ଦେରପାଳି ଗାଁର ପ୍ରଦୀପ ସାହୁ ଓ ତାଙ୍କ ଝିଅ ରୁପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପ୍ରଦୀପ ତାଙ୍କ ଝିଅ ସହ ସରଧାପାଳି(ଥପାପାଲି)ରୁ ନିଜ ଘରକୁ ଫେରୁଥିଲେ। ବୀପରିତ ପାର୍ଶ୍ବରୁ ଆସୁଥିବା କାର (ଓଡି୧୭ୱାଇ ୪୦୭୮) ଧକ୍କାରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। କାରଟି ଭାରସାମ୍ୟ ହରାଇ ରାସ୍ତାକଡକୁ ମାଡିଯାଇଥିଲା। ମୃତକଙ୍କ ପରିଜନ କ୍ଷତିପୂରଣ ଦାବିରେ ଶବ ରଖି ସୋହେଲା-ବିଜେପୁର ରାସ୍ତାକୁ ଅବରୋଧ କରିଥିଲେ।। ସୋହେଲା ଥାନଧିକାରି ହରିବନ୍ଧୁ ଗଡତିଆ, ବିଜେପୁର ଥାନାଧିକାରୀ ସନୟ ନାୟକ ବୁଝା ସୁଝା କରୁଥିଲେ। କାର ଚାଳକ ବିଜେପୁର ଥାନାରେ ଆତ୍ମସମର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/66cfe60c-b8ea-4694-899d-d768b32637b4.jpg)