ବଅଁରପାଳ: ପୋଖରୀରେ ଗାଧୋଇବା ସମୟରେ  ପାଣିରେ ବୁଡ଼ି ଯିବାରୁ ୪ ବର୍ଷର ଶିଶୁପୁତ୍ର ସମେତ ବାପାର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ କଇଁଛବାହାଳ ଗ୍ରାମରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ କ୍ଷୀରୋଦ ଜେନା (୩୬) ଓ ତାଙ୍କର ପୁଅ ରାକେଶ ଜେନା (୪)।

Advertisment

ସୂଚନା ଅନୁସାରେ ବ୍ଳକ କଇଁଛବାହାଳ ଗ୍ରାମର କ୍ଷୀରୋଦ ଜେନା ଆଜି ଅପରାହ୍ନ ୧ଟା ସମୟରେ ନିଜର ୪ ବର୍ଷର ଶିଶୁପୁତ୍ର ରାକେଶକୁ ସାଥୀରେ ନେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ନୂଆ କରି ଖୋଳା ଯାଇଥିବା ପୋଖରୀରେ ବାପା ଓ ପୁଅ ଉଭୟ ଗାଧୋଇବା ବେଳେ ମାଟିରେ ଗୋଡ଼ ପୋତି ହୋଇଯାଇଥିଲା। ଫଳରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ପାଖରେ ଥିବା ଲୋକମାନେ ବାପ-ପୁଅଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଉଭୟ ବାପ-ପୁଅଙ୍କୁ ମୃତ ଘୋଷଣା କରିଥିଲେ।

ଉଭୟ ବାପ-ପୁଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖା ଯାଇଛି। କ୍ଷୀରୋଦ ଜଣେ ଦିନ ମଜୁରିଆ ଶ୍ରମିକ ଭାବେ ଗ୍ରାମରେ କାର୍ଯ୍ୟ କରନ୍ତି। ଉଭୟ ବାପ-ପୁଅଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଛାୟା ଖେଳିଯାଇଛି।