ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବାପ ପୁଅ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସାମ୍ପୋଚ ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ବାପ ପୁଅଙ୍କର ମୃତ୍ୟୁ ହୋଇଛି। ଏକଥା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାବେଳେ ବର୍ଷା ହେଉଥିବା ସମୟରେ ଗ୍ରାମର ଶେଷଦେବ ଦେହୁରୀ (୬୫) ବାଡ଼ିପଟକୁ ଯାଉଥିଲେ। ଏହି ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସେ ତଳେ ପଡ଼ିଯାଇଥିଲେ। ବପା ପଡ଼ିଯିବା ଦେଖି ନିକଟରେ ଥିବା ପୁଅ ସରୋଜ ଦେହୁରୀ (୪୦) ଦୌଡ଼ିଯାଇ ଉଠାଇବାକୁ ଚେଷ୍ଟା କରିବାରୁ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଘଟଣା ଜାଣି ପଡ଼ୋଶୀମାନେ ଘରର ଲାଇନ୍‌ କାଟି ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ଆଣିଥିଲେ। ତେବେ ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ କରାଯାଇ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ କରାଯାଇଛି। ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ, ପ୍ରଶାସନ ପକ୍ଷରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର