ଯାଜପୁର: ଗତକାଲି ବନ୍ୟାଜଳରେ ଭାସି ଯାଇଥିବା ବାପପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିଆ ଗଙ୍ଗାଧରପୁର ଗ୍ରାମର କିଶୋର ସିଂହ ଓ ପୁଅ କୈଳାସ ସିଂହ ବନ୍ୟାଜଳରେ ଭାସି ଯାଇଥିଲେ। କିଶୋର ଗାଈକୁ ବାନ୍ଧୁଥିବା ସମୟରେ ଗାଈ ଭିଡ଼ି ନେଇଥିଲା। ଘାଇ ଯୋଗୁ ସ୍ଥାନୀୟ ଅଞ୍ଚଳ ପୁରା ଜଳମଗ୍ନ ଥିବାରୁ ଗାଈ ଓ କିଶୋର ଆଖି ପିଛୁଳାକେ ଭାସି ଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ କୈଳାସ ମଧ୍ୟ ବନ୍ୟା ପାଣିରେ ଭାସିଯାଇଥିଲେ।
ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟରେ ବରୀ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ଆଜି ସକାଳୁ ଉଭୟଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-7.png)