ବିଷ ପିଇ ବାପ-ପୁଅ ଗୁରୁତର

ବରଗଡ଼ : ପାରିବାରିକ କଳହକୁ କେନ୍ଦ୍ର କରି ବାପ-ପୁଅ ବିଷ ପିଇବା ଭଳି ସ୍ପର୍ଶକାତର ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ନୂଆଗଡ଼ ଗାଁରେ। ଗୁରୁତର ଅବସ୍ଥାରେ ବାପା ପରମା ସୁନା (୬୦) ଏବଂ ବିବାହିତ ପୁଅ ବୁଧ ସୁନା (୩୨)ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ବୁଧଙ୍କ ମାନସିକ ସ୍ଥିତି ଠିକ୍‌ ନଥିବାରୁ ସେ କିଛି କାମଧନ୍ଦା କରୁନଥିଲେ। ଯାହାକୁ ନେଇ ଶନିବାର ସକାଳ ସାଢ଼େ ୭ଟାରେ ବାପ-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟେ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ସଂପର୍କୀୟମାନେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟ ନେଇ ଆସିଥିଲେ। ସେଠାରୁ ଉଭୟଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର