ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରି ତାଙ୍କ ବାପା ପୁଲିସ୍ ଦ୍ବାରା ଗିରଫ ହୋଇ କୋର୍ଟଚାଲାଣ ହେବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟିକରଛି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ଶନିବାର ଅପରାହ୍ଣରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ତାଙ୍କ ବାପା (୩୭ ବର୍ଷ) ତାଙ୍କୁ ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକା ଜଣକ ଗ୍ରାମବାସୀଙ୍କୁ ଜଣାଇବା ପରେ ନିଜେ ଥାନାରେ ପହଞ୍ଚି ଏତଲା ଦେଇଥିଲେ।
ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅଭିଯୁକ୍ତ ଜଣକ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନା ଅଞ୍ଚଳର ହୋଇଥିବା ବେଳେ ବହୁବର୍ଷ ହେଲା ଭେଡ଼େନ ଅଞ୍ଚଳରେ ରହି କ୍ବାକ୍ ଭାବେ ଲୋକଙ୍କ ଚିକିତ୍ସା କରୁଥିଲା। ତେଣେ ବାପା ଗିରଫ ହେବା ପରେ ଏବେ ସଂପୃକ୍ତା ନାବାଳିକା ଓ ତାଙ୍କ ୭ ବର୍ଷର ଭାଇ ବେସାହାରା ହୋଇଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest.jpg)