ଦିବ୍ୟାଙ୍ଗ ଝିଅକୁ ବାନ୍ଧି କୀଟନାଶକ ପିଆଇଦେଲେ, ହତ୍ୟା ଉଦ୍ୟମ ଅଭିଯୋଗରେ ବାପା ଗିରଫ

ଗୋଳନ୍ଥରା : ଦିବ୍ୟାଙ୍ଗ ଝିଅକୁ ବାନ୍ଧି ଓ କୀଟନାଶକ ପିଆଇ ହତ୍ୟା ଉଦ୍ୟମ ମାମଲାରେ ଗୋଳନ୍ଥରା ପୁଲିସ ରବିବାର ଦିନ ଅଭିଯୁକ୍ତ ବାପାକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଉଛନ୍ତି, ଇ.ବାଲାଜୀ ପାତ୍ର (୬୫)।

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ବାଲାଜୀଙ୍କ ୫ଟି ଝିଅ ଥିବା ବେଳ‌େ ୪ ଝିଅ ବିବାହ କରିସାରିଛନ୍ତି। ତେବେ ବଡ଼ଝିଅ ଇ.ଦାଲାମ୍ମା ଦିବ୍ୟାଙ୍ଗ ଓ ଅବିବାହିତ ଥିଲେ। ଫଳରେ ଟାହିଟାପରା ସହି ନପାରି ବାଲାଜୀ ବିଭିନ୍ନ ସମୟରେ ଦାଲାମ୍ମାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଆସୁଥିଲେ। ଏହାମଧ୍ୟରେ ଦାଲାମ୍ମା କେରଳ ଯାଇ ଏକ ଘରୋଇ କମ୍ପାନିରେ ସିଲେଇ କାମ କରୁଥିଲେ। ଗତ ୧୪ ତାରିଖରେ ଗାଁକୁ ଫେରିଥିଲେ। ତଥାପି ବାପା ବାଲାଜୀ ତାଙ୍କୁ ମାରପିଟ୍ କରୁଥିଲେ। ଗତ ୧୯ ତାରିଖରେ ଦାଲାମ୍ମା ଘରେ ଥିବା ବେଳେ ତାଙ୍କ ମାଆ ପାର୍ବତୀ କୌଣସି କାମରେ ଘରକୁ ଯାଇଥିଲେ। ଭାଇ ଘରେ ଶୋଇଥିଲେ। ବାଲାଜୀ ଏହାର ସୁଯୋଗ ନେଇ ଉପର ମହଲ‌ାରେ ଏକ ଖଟରେ ଦାଲାମ୍ମାଙ୍କୁ ବାନ୍ଧି ଜୋର୍ ଜବରଦସ୍ତି କୀଟନାଶକ ଔଷଧ ପିଆଇ ଦେଇଥିଲେ। ଦାଲାମ୍ମା ଚିତ୍କାର କରିବାରୁ ମାଆ ଓ ଭାଇ ପହଞ୍ଚି ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଦାଲାମ୍ମା ବର୍ତ୍ତମାନ ଜୀବନ ସହ ସଂଗ୍ରାମ କରୁଛନ୍ତି।

ଏନେଇ ଗତକାଲି ମାଆ ପାର୍ବତୀ ଗୋଳନ୍ଥରା ଥାନାରେ ଏତଲା ଦେବା ପ‌ରେ କେସ୍ ନମ୍ବର ୨୫୯ ଅନୁସ‌ାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ବାଲାଜୀଙ୍କୁ ଆଜି ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର