ହାଟଡିହି: କୋର୍ଟରୁ ଫେରିବା ବେଳେ ବାଟରେ ବାପାଙ୍କୁ ଆକ୍ରମଣ କରି ପୁଅକୁ ଅପହରଣ କରାଯାଇଛି। ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏନେଇ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଆକ୍ରମଣର ଶିକାର ହୋଇଥିବା ନରେନ୍ଦ୍ର ନାୟକଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ହାଟଡିହି ବ୍ଲକ୍ ପନ୍ଦାଡ଼ୋ ପଞ୍ଚାୟତ ପନ୍ଦାଡ଼ୋ ଗ୍ରାମର ନରେନ୍ଦ୍ର ନାୟକ ଓ ତାଙ୍କ ପୁଅ ସନାତନ ଆଜି ହାଟଡିହି ଜେଏମ୍ଏଫ୍ସି କୋର୍ଟକୁ ଏକ ମାମଲାରେ ହାଜର ହେବାକୁ ଆସିଥିଲେ। କୋର୍ଟରେ କାମ ସାରି ଘରକୁ ବାଇକ୍ରେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ନରେନ୍ଦ୍ରଙ୍କୁ ମାଡ଼ ମାରି ରାସ୍ତାକଡ଼ ବିଲକୁ ଫିଙ୍ଗି ଦେଇଥିଲେ। ପୁଅ ସନାତନକୁ ଉଠାଇ ନେଇଥିଲେ। ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନରେନ୍ଦ୍ରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏନେଇ ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନାୟକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/d652339c-c7a4-48cf-b14a-2d88e46e1267.jpeg)