ପୁଅ ବିବାହ ଉତ୍ସବ ଦିନ ବାପାଙ୍କ ଆତ୍ମହତ୍ୟା!

କାଳିଆପାଣି : ପୁଅର ବିବାହ ଉତ୍ସବ ପରଦିନ ବାପାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମୃତକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମହୁଲଖାଲ ଗାଁର ସ୍ବର୍ଗତ ସଦାନନ୍ଦ ମହାନ୍ତଙ୍କ ପୁଅ ଦିଗମ୍ବର(୫୬)। କାଳିଆପାଣି ଥାନା ଅନ୍ତର୍ଗତ ରାଁସୋଳ ଫରେଷ୍ଟ ସେକ୍ସନ ଅଫିସ ସମ୍ମୁଖ ଜଙ୍ଗଲରୁ ଆଜି ତାଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ବାପାଙ୍କ ମୃତ୍ୟୁ ସଂପର୍କରେ ମଝିଆଁ ପୁଅ ଜିତେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ଏସ୍‌ଆଇ ବିଭୂତି ଭୂଷଣ ମହାପାତ୍ର ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରାଇଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ୧/୨୧ ରୁଜୁ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନା ଯୋଗ୍ୟ ଯେ, ଗତକାଲି ସାନପୁଅ ପୂର୍ଣ୍ଣଚନ୍ଦ୍ର(ମିଥୁନ)ଙ୍କ ବିବାହ ଉତ୍ସବ ଥିଲା। ବିବାହ ଦିନକ ପୂର୍ବରୁ ମଙ୍ଗଳପାକ ଦିନ ଦିଗମ୍ବର ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଶନିବାର ସେ ହାଟକୁ ଯାଉଛି କହି ଘରୁ ବାହାରିଥିଲେ ମଧ୍ୟ ଆଉ ଫେରିନଥିଲେ। ଗତକାଲି ବିବାହ ବେଳେ ଖୋଜା ପଡ଼ିଥିଲେ ମଧ୍ୟ ଦିଗମ୍ବରଙ୍କ ଦେଖା ମିଳିନଥିଲା।

ସମ୍ବନ୍ଧିତ ଖବର