କଙ୍କଡ଼ାହାଡ଼ : କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ୨ନଂ କଲୋନିରେ ଘରୋଇ କଳିକୁ କେନ୍ଦ୍ର କରି ରବିବାର ଦିନ ଏକ ଦୁଃଖଦ ଘଟଣା ଘଟିଛି। ବାପା ଓ ପୁଅ ଉଭୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
ସୂଚନା ମୁତବକ, ରବିବାର ସନ୍ଧ୍ୟା ସମୟରେ କିଶୋରୀ ସାହୁ(୫୫) ଓ ପୁଅ ସଞ୍ଜୟ ସାହୁ(୩୦)ଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ହୋଇଥିଲା। କଳି ଯୋଗୁଁ ଉଭୟ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଶୋରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଞ୍ଜୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ କଙ୍କଡାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛାୟତଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପାରିବାରିକ କଳହରୁ ଏମିତି ଏକ ଦୁଃଖଦ ଘଟଣା ଘଟିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/poison.jpg)