ବିନିକା : ଝିଅର ବିବାହ କାର୍ଡ ବାଣ୍ଟି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ବରଗଡ଼ ଜିଲ୍ଲା ବିଜେପୁର ଥାନା ଲାଉମୁଣ୍ଡା ଗାଁର ନବୀନ ପାଣିଗ୍ରାହୀ (୫୫) ଝିଅର ବିବାହ କାର୍ଡ ବାଣ୍ଟିବାକୁ ସୋନପୁର ଆସିଥିଲେ। ଏକ ବାଇକ୍ରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ବୁଦୁଲା ଗାଁର ଯାଦବ ନାଗ (୨୪)ଙ୍କ ସହ ଲାଉମୁଣ୍ଡାକୁ ଏକ ବାଇକ୍ରେ ଫେରୁଥିବା ବେଳେ ବିନିକା ଥାନା ଜାମଛାପର ନିକଟରେ ଏକ ପିକ୍ଅପ୍ ଗାଡ଼ି ଧକ୍କା ଦେଇଥିଲା। ଫଳରେ ଉଭୟେ ଛିଟିକି ପଡ଼ିଥିଲେ। ବିନିକା ଦମକଳ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ନବୀନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଯାଦବଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି।
ଝିଅର ବାହାଘର କାର୍ଡ ଦେଇ ଫେରୁଥିବା ବେଳେ ଦୁର୍ଘଟଣା: ବାପା ମୃତ
/sambad/media/post_attachments/wp-content/uploads/2018/04/acci-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)