ପାତ୍ରପୁର : ପାତ୍ରପୁର ବ୍ଳକ୍ ସପଙ୍ଗ ଗ୍ରାମରେ ଜଣେ ପୁଅ କରୋନା ପଜିଟିଭ୍ ଶୁଣି ବାପାଙ୍କ ଚିନ୍ତାରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ରାମଚନ୍ଦ୍ର ସାହୁ (୭୦)।
ପ୍ରାୟ ଏକ ସପ୍ତାହ ତଳେ ପୁଅ ସ୍ବାବ ପରୀକ୍ଷା କରିଥିଲେ। ଗତକାଲି ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ପାତ୍ରପୁର ପଂଚାୟତ ସିସିଏଚ୍ରେ ରଖିବାକୁ କୁହାଯାଇଥିଲା। ବାପା ଓ ପରିବାର ଲୋକେ ପୁଅର କିଛି ହୋଇନାହିଁ ଖାଲିରେ ନେଉଥିବା ଅଭିଯୋଗ କରିଥିଲେ। କିନ୍ତୁ ବ୍ଳକ୍ ପ୍ରଶାସନର ବୁଝାସୁଝା ପରେ ତାଙ୍କୁ ପାତ୍ରପୁର ପଂଚାୟତ ହେଡ୍କ୍ବାର୍ଟର୍ ସିସିଏଚ୍କୁ ଅଣାଯାଇଥିଲା। ଆଜି ସନ୍ଧ୍ୟାରେ ବାପାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଅର ଚିନ୍ତାରେ କାଲିଠାରୁ ବାପା ଚିନ୍ତିତ ଥିବା ଜଣାପଡ଼ିଛି। ବ୍ଳକ୍ ପ୍ରଶାସନକୁ ଜଣାଇ ସାମାଜିକ ଦୂରତା ରକ୍ଷା କରି ଶବ ଦାହ କରି ଫେରିବା ପାଇଁ ବିଡିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଅନୁରୋଧ କରାଯାଇଛି। କୋଭିଡ଼୍ ଗାଡ଼ିରେ ଯିବେ ମୁଖାଗ୍ନି ଦେବା ପରେ ପୁଅ ପୁଣି କୋଭିଡ଼୍ ଗାଡ଼ିରେ ସିସିଏଚ୍କୁ ଫେରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/dead-East-ldho-news.png)