ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟିଘର। ଏହାଫଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ୨ ବର୍ଷର ଶିଶୁପୁତ୍ର।। ମୃତକ ହେଲେ କୁରୁନାଥ କାନ୍ତା (୩୪)।
ସୂଚନା ଅନୁଯାୟୀ, ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ରାତିରେ ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ଜଣକର ଜୀବନ ଯାଇଛି। ମୃତକ ହେଲେ କୁରୁନାଥ କାନ୍ତା (୩୪)। ମାଟିଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘର ତଳେ ସେ ଚାପି ହୋଇଯାଇଥିଲେ। ତେବେ
ଅଳ୍ପକେ ବର୍ତ୍ତିଯାଇଥିଲା ପାଖରେ ଥିବା ୨ ବର୍ଷର ଶିଶୁପୁତ୍ର। କୁରୁନାଥଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/b5aee9a7-a7a5-484c-b63d-9ab0cd95460e.jpeg)