ଝିଅ ଆଗରେ ପୋଖରୀରେ ବୁଡ଼ିଗଲେ ବାପା

ପର୍ଜଙ୍ଗ : ପର୍ଜଙ୍ଗ ଥାନା ମହାବିରୋଡ଼ ଗ୍ରାମରେ ଆଜି ମଧ୍ୟାହ୍ଣରେ ଝିଅ ସମ୍ମୁଖରେ ବାପା ପୋଖରୀରେ ବୁଡ଼ିଯିବା ଭଳି ଦୁଃଖଦ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ମହାବିରୋଡ଼ ଗ୍ରାମ ଧୋବିଲପଠା ସାହିର ଦିଲୀପ ନାଏକ (୩୫) ଗ୍ରାମର ସତ୍ୟାନନ୍ଦ ସାହୁଙ୍କ ଘର କାମ ସାରି ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସାଥିରେ ଥିଲେ ନବମ ଶ୍ରେଣୀରେ ପଢୁଥିବା ଝିଅ ଦୀପ୍ତି ନାଏକ । ଗଭୀର ପାଣିରେ ଗାଧଉଥିବା ବେଳେ ଉଭୟେ ବୁଡ଼ି ଯାଇଥିଲେ। ଦୀପ୍ତି ବାପାଙ୍କ ହାତ ଧରି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଚାହୁଁ ଚାହୁଁ ତାଙ୍କ ଆଖି ଆଗରେ ବାପା ପାଣିରେ ବୁଡ଼ିଗଲେ। ଦୀପ୍ତି ପାଟି କରି ବାପାଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ଆସି ପୋଖରୀ‌େର ବହୁ ଖୋଜିବା ପରେ ମଧ୍ୟ ଦିଲୀପଙ୍କୁ ପାଇନଥିଲେ। ଖବର ପାଇ ପର୍ଜଙ୍ଗ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦିଲୀପଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତ ଦିଲୀପଙ୍କ ଦୁଇଟି ସନ୍ତାନ ସହ ପତ୍ନୀ ଅଛନ୍ତି।

ସମ୍ବନ୍ଧିତ ଖବର