ରାୟଗଡା: ନିୟମ ଭାଙ୍ଗିଲା ପୁଅ, ତଣ୍ଡ ଗଣିଲେ ବାପା । ୧୩ ବର୍ଷର ବାଳକର କାର ଚଳାଇବା ମହଙ୍ଗା ପଡ଼ିଛି । ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଛି । ଜରିମାନା ବାବଦରେ ୨୫ ହଜାର ଟଙ୍କା ଗଣିଛନ୍ତି ବାପା । ରାୟଗଡ଼ା ସଦର ରିଂ ରୋଡ଼ରେ ଟ୍ରାଫିକ ନିୟମ ଅବମାନନା ମହଙ୍ଗା ପଡ଼ିଛି । ସୂଚନା ଅନୁଯାୟୀ ରାୟଗଡା ଅଶୋକ ନଗରର ଶେଖ ତାଫିବୁଲଙ୍କ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ପୁଅ ଏକ କାରରେ ଦ୍ରୃତ ଗତିରେ ଯାଉଥିବା ବେଳେ କାରଟିକୁ ସ୍ଥାନୀୟ ଲୋକ ଅଟକାଇଥିଲେ । ନାବାଳକଙ୍କ ସହ ତାଙ୍କର ଜଣେ ସାଙ୍ଗ ମଧ୍ୟ ଗାଡ଼ିରେ ଥିଲେ। ଦୁଇ ଜଣ ନାବାଳକ ରାସ୍ତାରେ ଗାଡ଼ି ଚଳାଉଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ସ୍ଥାନୀୟ ଅଧିବାସୀ।
/sambad/media/post_attachments/wp-content/uploads/2019/12/Screen-Shot-2019-12-24-at-7.50.35-PM-1024x599.png)
ଏ ନେଇ ଆରଟିଓ ଏବଂ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଆରଟିଓ ଏବଂ ପୁଲିସ ପହଂଚି ମୋଟା ଅଙ୍କର ଜରିମାନା କରି ରସିଦ କାଟିଥିଲେ । ଘଟଣାସ୍ଥଳରେ ନାବାଳକଙ୍କ ପରିବାର ଲୋକ ମଧ୍ୟ ପହଂଚି ଥିଲେ ।
କାର ସହିତ ଚାଳକ ଏବଂ ବାପାଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଜରିମାନା ଭରିବା ପରେ ଗାଡ଼ି ସହ ନାବାଳକଙ୍କୁ ଛାଡ଼ି ଦିଆଯାଇଥିଲା । ଏଠାରେ ସୂଚନା ଥାଉ କି ନୂଆ ମୋଟର ଯାନ ସଂଶୋଧନ ଆଇନ ଅନୁଯାୟୀ ୧୮ ବର୍ଷରୁ କମ ନାବାଳକ ବେଆଇନ ଭାବେ ଗାଡି ଚଳାଇଲେ ୨୫ ହଜାର ଟଙ୍କା ଜରିମାନା ଦେବାର ବ୍ୟବସ୍ଥା ରହିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Fine-25000_Thumb.jpg)