ବ୍ରହ୍ମପୁର : ଜନୈକା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ମାମଲାେର ଏଡିଜେ-୨ ତଥା ପୋକ୍ସୋ କୋର୍ଟ ଜଜ୍ ଦୀପକ କୁମାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ଦୁଷ୍କର୍ମକାରୀ ବାପାକୁ ଆଜୀବନ କାରାଦଣ୍ଡ ସହିତ ୨୦ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଇଲାକାରେ ଗତ ୨୦୧୭ ମାର୍ଚ୍ଚ ମାସରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା। ମା’ ଘର ଛାଡ଼ି ଚାଲିଯିବା ପରେ ଖୋଦ୍ ବାପା ନିଜ ବଡ଼ ଝିଅ(୧୪ବର୍ଷ) ସହିତ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ସମ୍ପର୍କୀୟମାନେ ଏହି ଘଟଣା ଜାଣିବା ପରେ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଥିଲେ। ଏହି ମାମଲାର ବିଚାର ବେଳେ ୧୦ଜଣ ସାକ୍ଷୀଙ୍କ ବୟାନ୍କୁ ଭିତ୍ତି କରି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ପରଠାରୁ ଅଭିଯୁକ୍ତ ଜଣକ ଜେଲ୍ରେ ଥିଲା। ସେହିପରି ପୀଡ଼ିତା ନାବାଳିକାଙ୍କ ଭରଣପୋଷଣ ପାଇଁ ସରକାରଙ୍କ ତରଫରୁ ୭ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।
ଦୁଷ୍କର୍ମକାରୀ ବାପାକୁ ଆଜୀବନ ଜେଲ୍
/sambad/media/post_attachments/wp-content/uploads/2019/05/jail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)