କଲମପୁର/ପଣ୍ଡିଗାଁ: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ପରୁଆଗୁଡ଼ା ଗ୍ରାମରେ ଏକ ୨୪ ଫୁଟ୍ ଗଭୀର କୂଅ ସଫେଇ ସମୟରେ ଅଘଟଣ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଜ୍ବାଇଁ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ପରୁଆଗୁଡ଼ାର ସଦାଶିବ ମାଝୀ (୪୮ବର୍ଷ)। ଗୁରୁତର ହୋଇପଡ଼ିଥିବା ସଦାଶିବଙ୍କ ଜ୍ବାଇଁ ଜୁନାଗଡ଼ ବ୍ଲକ୍ ରାଜପୁର ନିକଟ କନକପୁର ଗ୍ରାମର ଶାନ୍ତନୁ ମଶ୍ରାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବୁଧବାର ସଦାଶିବ ଓ ଶାନ୍ତନୁ କୂଅ ସଫେଇ କରୁଥିବା ସମୟରେ ଅଣନିଶ୍ଵାସୀ ହୋଇପଡ଼ିଥିଲେ। ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି କଲମପୁର ଅଗ୍ନିଶମ ବାହିନୀ କର୍ମଚାରୀ ଓ ଆମ୍ବୁଲାନ୍ସ ସହାୟତାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସଦାଶିବଙ୍କ ମୃତ୍ୟୁ ହୋଇଥିଲା। ଶାନ୍ତନୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କଲମପୁର ପୁଲିସ୍ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ହାରାମlଲ ସରପଞ୍ଚ ସୁଶୀଲା ଦୁର୍ଗା ମୃତକ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ତାଙ୍କ ସ୍ୱାମୀ ଭକ୍ତ ଚରଣ ଦୁର୍ଗା ଡାକ୍ତରଖାନାକୁ ଯାଇ ସହଯୋଗ ମଧ୍ୟ କରିଥିଲେ। ଅନ୍ୟପକ୍ଷରେ ମୃତ ସଦାଶିବଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Hyderabad-Man-found-dead-in-house-in-Alwal.jpg)