ପୁଅର ବୟାନରେ ବାପାକୁ ଜେଲ୍‌: ଜେ‌ଜେମା’ ହତ୍ୟାକାଣ୍ଡରେ ନାତି ସାକ୍ଷୀ

ନବରଙ୍ଗପୁର: ଜେଜେମା’ଙ୍କ ହତ୍ୟାକାଣ୍ଡରେ ନାତି ସାକ୍ଷୀ। ନାତିଙ୍କ ସାକ୍ଷୀ ଯାହାଙ୍କ ବିରୋଧରେ ଥିଲା, ସେ ହେଉଛନ୍ତି ତାଙ୍କ ବାପା। ସାକ୍ଷ୍ୟ ଗ୍ରହଣ ସମୟରେ ହତ୍ୟାକାଣ୍ଡରେ ନିଜ ବାପାଙ୍କ ସଂପୃକ୍ତି ସଂପର୍କରେ ସେ ଖୋଲାଖୋଲି ପ୍ରକାଶ କରିଥିଲେ। ଫଳରେ, ନବରଙ୍ଗପୁର ଅତିରକ୍ତ ଜିଲ୍ଲା ଦୌରାଜଜ୍‌ ଆଜି ରାୟ ଶୁଣାଇବା ସହିତ ଅଭିଯୁକ୍ତ ନବୀନ ଅମାନତ୍ୟକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ , ୫ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ନବରଙ୍ଗପୁର ସହର ଦାରୁବନ୍ଧ ସାହି ପୋଖରୀ ହିଡ଼ ବସ୍ତିରେ ରହୁଥିବା ମା’ ଜେମା ଅମାନତ୍ୟ (୬୪)ଙ୍କ ଭତ୍ତା ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲା। ଏଥିପାଇଁ ମା’ଙ୍କୁ ହତ୍ୟା କରିବାକୁ ବି ପଛେଇ ନଥିଲା। ୨୦୨୨ ମସିହା ମାର୍ଚ୍ଚ ୧୧ତାରିଖରେ ସେ ନିର୍ମମ ଭାବେ ହତ୍ୟା କରିଥିଲା। ଜେମାଙ୍କ ଝିଅ ହେମଲତା ଗାଦବା ଭାଇର ଅମାନୁଷିକ କାଣ୍ଡ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ କେଶ୍‌ ନମ୍ବର ୧୩୩/୨୨ ଅନୁସାରେ ହତ୍ୟା ମାମଲା ରୁଜୁ କରି ନବୀନକୁ ଗିରଫ କରିଥିଲା। କୋର୍ଟ ଚାଲାଣ ପରେ ନବରଙ୍ଗପୁର କୋର୍ଟ କେଶ ନମ୍ବର ୩୭/୨୨ ଅନୁସାରେ ମାମଲା ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ରହିଥିଲା।

ପର୍ଯ୍ୟାୟକ୍ରମେ ଶୁଣାଣି ହୋଇଥିବା ଏହି ମାମଲାରେ ମୋଟ ୨୦ଜଣ ସାକ୍ଷୀ ରହିଥିଲେ। ସେଥିରେ ଜଣେ ମୃତ ଜେମାଙ୍କ ନାତି ତଥା ଅଭିଯୁକ୍ତ ନବୀନର ପୁଅ ରାଜ ଅମାନ୍ୟତ ଥିଲେ। ହତ୍ୟା ଭଳି ସଙ୍ଗିନ ମାମଲାରେ ନାତି ସାକ୍ଷୀ ହୋଇ ବାପାଙ୍କ ବିରୋଧରେ ବୟାନ ଦେଇଥିବା ମାମଲା ପରିଚାଳନା କରୁଥିବା ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର