ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ରେଞ୍ଜ ନୁଆଁଡିହି ପଞ୍ଚାୟତ ଅନ୍ତର୍ଗତ ପୁଡାଡିହି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି ପୁଡାଡିହି ଗ୍ରାମର ଈଶ୍ୱର ପେଣ୍ଠେଇ(୬୨)।
କୌଣସି କାର୍ଯ୍ୟରେ ପୁଅ ହେମନ୍ତ ପେଣ୍ଠେଇ (୪୦) ସହ କଦଳୀପାଳ ଗ୍ରାମକୁ ଯାଇଥିଲେ ।ସନ୍ଧ୍ୟା ସମୟରେ ଫେରୁଥିବା ସମୟରେ ହଠାତ୍ ଦନ୍ତାହାତୀ ଦେଖି ବାଇକ୍ ବୁଲାଇ ପୁଣି ଫେରୁଥିଲେ। ମାତ୍ର ଈଶ୍ୱର ଜୀବନ ବିକଳରେ ବାଇକ୍ରୁ ଓହ୍ଲାଇ ପଡ଼ିଥିଲେ।ବାଇକ୍ ବୁଲାଇବା ପରେ ବାଇକ୍ ଆଉ ବସି ପାରି ନଥିଲେ। ପୁଅ ହେମନ୍ତ ବାଇକ୍ ନେଇ କିଛି ବାଟ ପଳେଇବା ପରେ ବାପା ଈଶ୍ୱରଙ୍କୁ ଦଳି ଦେଇଥିଲାପୁଅ ଆଗରେ ବାପକୁ ଦନ୍ତାହାତୀ ଦଳି ଦେଇଥିଲା।
ଖବର ପାଇ ବନବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାରମ୍ବାର ହାତୀ ଆକ୍ରମଣରେ ମୃତ୍ୟୁ ହେଉଥିବା ଘଟଣା ଯୋଗୁଁ ଲୋକେ ଅତିଷ୍ଠ ହୋଇ ସାରିଲେଣି। ତୁରନ୍ତ ହାତୀଙ୍କୁ ଘଉଡ଼ାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)