ଯୁଯୋମୁରା: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ଘେନୁପାଲି ପଞ୍ଚାୟତର ବୁଦେଲଛିଣ୍ଡା ଗାଁରେ ଘଟିଛି ହତ୍ୟାକାଣ୍ଡ। ଏକ ବାଉଁଶ ବାଡ଼ିରେ ପିଟି ନିଜ ପିତାକୁ ହତ୍ୟା କରିଛି ପୁଅ । ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସିନ୍ଦାଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ସଦର ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ନେଇ ସୂଚନା ମିଳିଛି।
ପୁଲିସ ସୂଚନା ଅନୁସାରେ ବୁଦେଲଛିଣ୍ଡା ଗାଁରେ ରହୁଥିବା ଧୀରେନ ବାଗଙ୍କ ସହ ତାଙ୍କର ପିତା ରାମପ୍ରସାଦ ବାଗଙ୍କ ସହ କୌଣସି କାରଣରୁ ନେଇ ଗତରାତିରେ ଗଣ୍ଡଗୋଳ ହୋଇଥିଲା। ତେବେ ଏହି ଗଣ୍ଡଗୋଳ କାରଣରୁ ଧୀରେନ ନିଜ ଘର ସମ୍ମୁଖରେ ନିଜ ପିତାକୁ ଏକ ବାଉଁଶ ବାଡ଼ିରେ ପିଟି ହତ୍ୟା କରିଥିବା ନେଇ ସୂଚନା ମିଳିଛି।
ଅନ୍ୟପକ୍ଷରେ ହତ୍ୟାକାଣ୍ଡ ନେଇ ଖବର ପାଇବା ପରେ ସଦର ପୁଲିସ ଗୁରୁବାର ଦିନ ୧୦,୩୦ ସମୟରେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/d4cd2a10-7d8e-47d3-b8b4-211b2b914a9b.jpeg)