ଯୋଡ଼ା : ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ମୁଣ୍ଡରେ ପଥର ଛେଚି ନିର୍ମମ ଭାବେ ହତ୍ୟା କରିଛି ବାପା। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ। ବାମେବାରୀ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବାପା ନାରାୟଣ ମହାନ୍ତକୁ ଗିରଫ କରିବା ସହ ମୃତ ପୀତାମ୍ବର (୧୮)ଙ୍କ ଶବ ଜବତ କରିଛି।

Advertisment

publive-image Verywell Mind

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ନାରାୟଣର ତନୋଟି ପତ୍ନୀ ଅଛନ୍ତି। ଘରୋଇ କଳହକୁ ନେଇ ବିଭିନ୍ନ ସମୟରେ ନାରାୟଣ ଓ ତୃତୀୟ ପତ୍ନୀଙ୍କ ସାନପୁଅ ପୀତାମ୍ବରଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ପୂର୍ବରୁ ଝଗଡ଼ା କରି ବାପ-ପୁଅ ବାମେବାରୀ ଥାନାକୁ ଯାଇଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରି ଘରକୁ ପଠାଇଥିଲା। ଏହାକୁ ନେଇ ନାରାୟଣଙ୍କ ମଧ୍ୟରେ ଆକ୍ରୋଶ ଘନିଭୂତ ହୋଇଥିଲା। ଆଜି ଅପରାହ୍‌ଣ ପ୍ରାୟ ସ‌ା‌ଢ଼େ ୩ଟା ବେଳେ ପୁଣି ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାରାୟଣ ପୁଅ ପୀତାମ୍ବରଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ଖବରପାଇ ବାମେବାରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବାମେବାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି।