ଶେରଗଡ: ଶେରଗଡ଼ ଥାନା ଅଧୀନ କେରିକେରିଝୋଲା ଗ୍ରାମରେ ଗତକାଲି ରାତିରେ ପିଣ୍ଟୁ ଗୌଡ଼ଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ଶିବ ଗୌଡ଼ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଆଜି ଅଭିଯୁକ୍ତ ବାପା ଶିବଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ହତ୍ୟାରେ ବ୍ୟବହୃତ କୋଡ଼ି ଜବତ ହୋଇଛି। ଏ ନେଇ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ମୃତକ ପିଣ୍ଟୁଙ୍କ ମା’ ଆଶାଙ୍କ ଏତଲାକୁ ଆଧାର କରି ହତ୍ୟା ମାମଲା ରୁଜୁ ହୋଇଛି। ପୁଅର ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ବାପା ପିଣ୍ଟୁ ସ୍ବୀକାର କରିଛନ୍ତି। ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପିଣ୍ଟୁ ପ୍ରତିଦିନ ଘରେ ବାପାମା’ଙ୍କୁ ମାରଧର କରୁଥିଲା। ଫଳରେ ତାର ବ୍ୟବହାରରେ ଅତିଷ୍ଠ ହୋଇ ବାପା ଶିବ ଓ ମା’ ଆଶା ୧୫ ଦିନ ହେଲା ହିଞ୍ଜିଳିକାଟୁ ଯାଇ ସଂପର୍କୀୟଙ୍କ ଘରେ ରହୁଥିଲେ। ଗତକାଲି ପୁଣି ଗ୍ରାମକୁ ଫେରିଥିଲେ। କିନ୍ତୁ ପିଣ୍ଟୁ ପୁଣି ସେମାନଙ୍କ ସହ ଝଗଡ଼ା କରି ଟଙ୍କା ମାଗିଥିଲା। ‌ଆଉ ଏକ କୋଡ଼ି ଧରି ଶିବଙ୍କୁ ମାରିବାକୁ ଗୋଡ଼ାଇଥିଲା। ଶିବ କୋଡ଼ିକୁ ଛଡ଼ାଇ ପିଣ୍ଟରୁ ମୁଣ୍ଡକୁ ବାରମ୍ବାର ଆଘାତ କରିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇ ଯାଇଥିଲା।