ଗାଁଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା ଦିବ୍ୟାଙ୍ଗ ନାବାଳିକା, ନଜର ପକାଇଲା ୪ ସନ୍ତାନର ବାପ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ଲଜ୍ଜା। ଜଣେ ଦିବ୍ୟାଙ୍ଗ ନାବାଳିକାକୁ ୪ ଛୁଆର ବାପ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗୋରୁମହିଷାଣୀ ଥାନା ଅର୍ନ୍ତଗତ ହିକେଇସାହି ଗ୍ରାମର ଜୈନେକ ୪ ଛୁଆର ବାପ ଗତକାଲି ଗାଧେଇବାକୁ ଯାଇଥିଲା । ସେହି ସମୟରେ ଜଣେ ୧୨ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଟେକିନେଇ ଏକ ବୁଦାମୂଳରେ ଦୁଷ୍କର୍ମ କରିଥିଲା। ଦିବ୍ୟାଙ୍ଗ ନାବାଳିକା ଜଣକ ଘରକୁ ଆସି ଘଟଣା ସମ୍ପର୍କରେ କହିବା ପରେ ଗ୍ରାମରେ ଏକ ବୈଠକ ବସିଥିଲା । ତେବେ ସେଥିରେ କୌଣସି ସମାଧାନ ନହେବାରୁ ଆଜି ନାବାଳିକାଙ୍କ ବାପା ଗୋରୁମହିଷାଣୀ ଥାନାରେ ଯାଇ ଲିଖିତ ଅଭିଯୋଗ କରିବା ପରେ କେସ୍ ନଂ ୬୩/୨୨ ରେ ଏକ ମାମଲା ରୁଜୁ୍ ହୋଇଛି । ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି । ଅଭିଯୁକ୍ତ ୪ ଛୁଆର ବାପାକୁ ପୁଲିସ ଅଟକ ରଖିଛି । ତେବେ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର