ସଇନ୍ତଲା: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପିତା ଶିକ୍ଷାବିତ୍ ଯୁଗଳ କିଶୋର ପଟ୍ଟନାୟକ(୯୭ବର୍ଷ)ଙ୍କ ବୁଧବାର ରାତିରେ ବଲାଙ୍ଗୀର ଜିଲ୍ଲା ସଇନ୍ତଳାସ୍ଥିତ ବାସଭବନରେ ପରଲୋକ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ବହୁ ଦିନ ହେଲା ଶଯ୍ୟାଶାୟୀ ଥିଲେ। ଶେଷ ସମୟରେ ପତ୍ନୀଙ୍କ ସମେତ ତିନିପୁଅ ଶରତ, ଭାରତ ଓ ରଜତ, ତିନିବୋହୂ, ଝିଅ ଜ୍ବାଇଁ, ନାତି ନାତୁଣୀ ତଥା ପରିବାର ଲୋକ ଉପସ୍ଥିତ ଥିଲେ।
ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସ୍ବର୍ଗତ ପଟ୍ଟନାୟକ ସଇନ୍ତଳା ଅଞ୍ଚଳରେ ଅନେକ ସୁନାମ ଅର୍ଜନ କରିଥିଲେ। ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀରର ପୂର୍ବ ନଗରପାଳ ସତ୍ୟ ଭୋଇ, ବରିଷ୍ଠ କଂଗ୍ରେସ ନେତା ଭଗବାନ ବଗର୍ତ୍ତୀ, ବିଧୂଭୂଷଣ ତ୍ରିପାଠୀଙ୍କ ସମେତ ବଲାଙ୍ଗୀର, ଟିଟିଲାଗଡ଼, ପାଟଣାଗଡ଼, ଦେଓଗାଁ, ସଇନ୍ତଳା ଓ ତୁଷୁରା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶେଷକୃତ୍ୟରେ ସାମିଲ ହୋଇଥିଲେ। ସ୍ଥାନୀୟ ଲାନ୍ଥ ନଦୀ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ବଡ଼ ପୁଅ ଶରତ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/p-1.jpg)