ରାୟଗଡ଼ା: ରାୟଗଡ ଜିଲ୍ଲାର ଯୁବ ବ୍ୟବସାୟ ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲ ୨୦ ମହଲା ଛାତରୁ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଗୁରଗାଁଓସ୍ଥିତ ଏକ ଡିଏଲଏଫ ବିଲିଡିଂରୁ ପଡ଼ି ସେ ପ୍ରାଣ ହରାଇଛନ୍ତି। ତେବେ କେମିତି ଛାତ ଉପରୁ ଖସିପଡ଼ିଲେ, ତାହା ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ରିତେଶ ଅଗ୍ରୱାଲଙ୍କର ବାହାଘର ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ବାହାଘର ପାର୍ଟି ନୂଆଦିଲ୍ଲୀର ଏକ ପାଞ୍ଚତାରକା ହୋଟେଲରେ ହୋଇଥିଲା। ଏଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦେଶ-ବିଦେଶର ବଡ଼ବଡ଼ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ। ଗୁରଗାଁଓସ୍ଥିତ ଏକ ଡିଏଲଏଫ ବିଲିଡିଂରେ ବାପା ରମେଶ ଅଗ୍ରୱାଲ ଏବଂ ତାଂକ ପତ୍ନୀ ରହୁଥିଲେ। ତେବେ କିପରି ସେ ୨୦ ମହଲା କୋଠାଘରୁ ତଳକୁ ଖସିଲେ କେହି ଜାଣିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ସେହି ଘରେ ରିତେଶ ରହୁନଥିଲେ। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ପୁଲିସ କହିଛି। ଘଟଣାର ତଦନ୍ତ ଚାଲିଥିବା ପୁଲିସ କହିଛି।