ବଜ୍ରପାତରେ ମାଛ ଧରିବାକୁ ଯାଇଥିବା ବାପ-ପୁଅଙ୍କ ପ୍ରାଣ ଗଲା

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁମ୍ଭାରପୁଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦନ ଭଳି ଆଜି ଭୋର ସମୟରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି. ସିଂହପୁର ଥାନା କେବିଡି ପଞ୍ଚାୟତର କୁମ୍ଭାରପୁଟ ଗାଁ ପାଖ ନଦୀକୁ ମାଛ ମାରିବାକୁ କିଛି ଲୋକ ଯାଇଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ନଦୀକୁ ମାଛ ଧରିବାକୁ ଯାଇଥିବା ସେହି ଲୋମାନଙ୍କଭିତରୁ  ଦୁଇଜଣଙ୍କର ପ୍ରାଣହାନି ଘଟିଥିବାର ସୂଚନା ମିଳିଛି।

Image result for indians catching fish
image source-youtube

ମାଛ ଧରିବାକୁ ଯାଇଥିବା ଗୋଟିଏ ପରିବାରର ଦୁଇଜଣ ଆଘାତ ପାଇଥିଲେ । ଏଦୁହିଁଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ଦୁଇଜଣ ସଂପର୍କରେ ବାପା ଏବଂ ପୁଅ। ଏମାନେ ହେଲେ ବାପା ପୀତବାସ କୁମ୍ଭାର ଓ ପୁଅ ଉପେନ୍ଦ୍ର କୁମ୍ଭାର । ଦୁହିଁଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାଯାଇଛି । ଆଗରୁ ବି ଏଭଳି ଘଟଣା ଏହି ଅଞ୍ଚଳରେ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର