ଝାରସୁଗୁଡ଼ା: ଝାରସୁଗୁଡ଼ା ୧୩ ନମ୍ବର ୱାର୍ଡ ଦେବାଡ଼ିହିଠାରେ ଝାଡ଼ାବାନ୍ତି ରୋଗରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ ଆକୁର ପ୍ରଧାନ (୪୦) ଓ ତାଙ୍କ ପିତା ଶ୍ରୀପ୍ରସାଦ ପ୍ରଧାନ(୬୫)। ଆକୁର ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଅର ଦାହ ସଂସ୍କାର ପରେ ପିତା ଶ୍ରୀପ୍ରସାଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗତ ରାତିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।
ଏହି ଅଞ୍ଚଳର ଲିଟିପଡା, ପାନ୍ନପଡା ଓ ବଇଦପଡ଼ାର ପ୍ରାୟ ୧୦/୧୫ ଜଣ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୫/୭ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଠାରୁ ମାତ୍ର ୨ କିମି ଦୂରରେ ମୁଖ୍ୟ ଚିକିତ୍ସାଳୟ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ମେଡିକାଲ ଟିମ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/304c71a7-af3d-4f28-b37c-a67b84784008.jpg)