ବେଗୁନିଆପଡ଼ା : ୩୦ ସେକେଣ୍ଡରେ ବାପା ୭୫ ଥର ପୁସ୍ଅପ୍ ମାରୁଥିବାବେଳେ ମାତ୍ର ୬ ବର୍ଷ ବୟସର ପୁଅ ଏକାଥରକେ ୫୧ଟି ପୁସ୍ଅପ୍ ମାରୁଛି। ଉଭୟ ଗିନିଜ୍ ବୁକ୍ ଅଫ ରେକର୍ଡ଼ସ୍ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦୁଇ ବାପପୁଅ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଦିବାନ ବନ୍ଧ ସାହିର ଅରୁଣ କୁମାର ବେହେରା ଓ ତାଙ୍କ ପୁଅ ଶିବରାମ। ଅରୁଣ ଏବେ କୋଦଳା ଥାନାରେ ହୋମଗାର୍ଡ଼ ଅଛନ୍ତି।
ଅରୁଣ ସ୍ଥାନୀୟ କାଳୁ ବଡ଼ି ଜିମ୍କୁ ଯାଇ ପୁସ୍ଅପ୍ ମାରିବା ଶିଖିବା ଆରମ୍ଭ କରିଥିଲେ। କିନ୍ତୁ ଏହି ନିଶା ତାଙ୍କୁ ଏମିତି ଘାରିଲା ଯେ ଅରୁଣ ବର୍ତ୍ତମାନ ରେକର୍ଡ଼ କରିବା ଲକ୍ଷ୍ୟରେ ଅଭିଯାନ ଜାରି ରଖିଛନ୍ତି। ଇଣ୍ଡିଆ ଓ ଗିନିଜ୍ ଅଫ୍ ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନ ପାଇବାକୁ ବାପପୁଅ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। କେରଳର ଜଣେ ବ୍ୟକ୍ତି ୩୦ ସେକେଣ୍ଡ୍ରେ ୮୬ଟି ପୁସ୍ଅପ୍ ମାରିପାରୁଥିବା ବେଳେ ଅରୁଣ ଏହି ସଂଖ୍ୟାକୁ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।