ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋର ଥାନା ଅଧୀନସ୍ଥ ନିଶ୍ଚିନ୍ତପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଗ୍ରାମର ଈଶ୍ବର ବେହେରା ଓ ତାଙ୍କ ପୁଅ କାର୍ତ୍ତିକ ବେହେରାଙ୍କୁ ପ୍ରତିପକ୍ଷ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପପୁଅଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ନିଶ୍ଚିନ୍ତପୁର ଗ୍ରାମର ଈଶ୍ବର ବେହେରାଙ୍କ ସହ ତାଙ୍କ ପଡ଼ୋଶୀଙ୍କର ଜମିଜମାକୁ ନେଇ ବିବାଦ ଲାଗିରହିଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ଈଶ୍ବର ଓ ତାଙ୍କ ପୁଅ ହିଡ଼ କାମ କରୁଥିବା ବେଳେ ପଡ଼ୋଶୀ ଲୋକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେବା ପରେ ଈଶ୍ବର ଓ ତାଙ୍କ ପୁଅକୁ ସେମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନ ଥିବାର ସୂଚନା ମିଳିଛି।
ସୋର: ଜମିଜମା ବିବାଦକୁ ନେଇ ବାପପୁଅଙ୍କୁ ଗୋଡ଼ାଇ ହାଣିଲେ
/sambad/media/post_attachments/wp-content/uploads/2020/07/sora.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)