ପୁଅର ମର ଶରୀରକୁ ବାେହି ନେଲା ବାପା, ତଦନ୍ତ ନିର୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ରାୟଗଡ଼ା: ହଜିଗଲା ମାନବିକତା। ମିଳିଲାନି ମହାପ୍ରୟାଣ ଗାଡି। ଫଳରେ ନିଜ ୯ ବର୍ଷର ପୁଅର ମର ଶରୀରକୁ ଦେଢ କିଲୋମିଟର ଜନଗହଳି ରାସ୍ତାରେ କାନ୍ଧରେ ବୋହି ନେଲା ବାପା। ସାଥିରେ ମାଆ ସହ ସଂପର୍କୀୟଙ୍କ କାନ୍ଦି ବୋବାଳି ହୃଦୟ ବିଦାରକ ଦୃଶ୍ୟ ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ଘଟଣାକୁ ସମ୍ପର୍କିତ ଭିଡିଓ ଭାଇରାଲ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୁପକ୍ଷଙ୍କ ତତ୍ପରତା ପ୍ରକାଶ ପାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଡା. ଲାଲମୋହନ ରାଉତରାଏ । ଏ ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ସଦର ମହକୁମା  ହରିଜନ ସାହିରେ । ମୃତ ଶିଶୁ ଜଣକ ହେଲେ ସୂରଧର ବେନିଆଙ୍କ ୯ବର୍ଷର ପୁଅ ଆକାଶ ବେନିଆ । ଗତକାଲି ରାତ୍ରରେ  ଆକାଶକୁ ଝାଡାବାନ୍ତି ହେବାରୁ ଆଜି ସକାଳେ ସେ ଅଧିକ ଗୁରୁତର ହୋଇଥିଲେ ।
ବାପା ସୂରଧର ଓ ପରିବାର ଲାେକେ ଆକାଶର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଉକ୍ତ ସମୟରେ ମେଡିକଲରେ କାଜୁଆଲିଟି ଦାୟିତ୍ୱରେ ଥିବା ଡାକ୍ତର ରାଜେନ୍ଦ୍ର ସୋରେନ ଆକାଶକୁ ପ୍ରାଥମିକ ଚିକିତ୍ସା କରିବା ପରେ ଆଣିବା ସମୟରେ ଆକାଶର ମୃତ ହୋଇ ଯାଇଥିବା ନେଇ ମୃତ ଘୋଷଣା କରିଥିଲେ । ଦୀର୍ଘ ସମୟ ଧରି ପୁଅର ମର ଶରୀରକୁ ନେବା ପାଇଁ କୈାଣସି ବ୍ୟବସ୍ଥା ନ ପାଇ ଶେଷରେ ବାଧ୍ୟ ହୋଇ ବାପା ସୁରଧର  ନିଜ କାନ୍ଧରେ ବାେହି ବୋହି ଚାଲି ଯାଇ ଘରକୁ ନେଇ ପୁଅର ଶବ ସତ୍କାର କରିଥିଲେ ବୋଲି କହିଛନ୍ତି ।
ପୁଅକୁ କାନ୍ଧରେ ନେଇ ଚାଲି ଯିବା ସମୟରେ ସହରର କେହି ଜଣେ ଯୁବକ ଭିଡିଓ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବହେଳା ସଂପର୍କରେ କହି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଭିଡିଓଟି ମାେବାଇଲକୁ ମାେବାଇଲ ଘୁରି ବୁଲିଥିଲା । ତେବେ ସରକାରଙ୍କ ପକ୍ଷରୁ ମର ଶରୀରକୁ ନେବା ପାଇଁ ମହାପ୍ରୟାଣ ଗାଡି ଭଳି ଅନେକ ବିଧି ବ୍ୟବସ୍ଥା ରହିଥିଲେ ସୁଦ୍ଧା ସୁରଧରଙ୍କ ପାଇଁ କାର୍ଯ୍ୟକାରୀ ହେଲା ନାହିଁ  । ଯାହା କି ଦାନ ମାଝି ଘଟଣାର ପୁନୁରାବୃତ୍ତି ଭଳି ରାୟଗଡ଼ା ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି ବାେଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ସୁରଧରଙ୍କ ପାଇଁ  ରାୟଗଡ଼ା  ସ୍ୱାସ୍ଥ୍ୟ ବିଭାଗ  କାହିଁକି ମାନବିକତା ଦେଖାଇଲାନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷେ ଘଟଣାର ତଦନ୍ତ ଚାଲିଥିବା ନେଇ ସିଡିଏମଓ ଡାକ୍ତର ଶ୍ରୀ ରାଉତରାଏ ପ୍ରକାଶ କରିଛନ୍ତି ।
ସମ୍ବନ୍ଧିତ ଖବର