ଝିଅ ଘରୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ବାପା ମୃତ

ନୂଆପଡ଼ା : ଝିଅ ଘରୁ ଫେରୁଥିବା ବେଳେ ବାଟରେ ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକ ନୂଆପଡ଼ା ସଦର ଥାନା ଗୋଡ଼ତୋଲ ଗାଁର ସୁରେଶ ଦଣ୍ଡସେନା (୬୫) ବୋଲି ଜଣାଯାଇଛି।

ସୁରେଶ ତାଙ୍କ ଝିଅ ଘର ଧରମବନ୍ଧା ଥାନା ଖଲନା ଗାଁକୁ ଯାଇଥିଲେ। ଶୁକ୍ରବାର ସେ ନିଜ ବାଇକ୍‌ରେ ଘରକୁ ଫେରୁଥିଲେ। ଗାଁରୁ ୧ କିମି ପୂର୍ବରୁ ଚଚରାଭଟାଠାରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ସ୍ଥାନୀୟ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସଦର ଥାନା ଏସ୍‌ଆଇ ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର