ରେହମାନ୍‌ଙ୍କ ଜାମିନ ଆବେଦନ ଖାରଜ

ଢେଙ୍କାନାଳ : ସଦର ବ୍ଲକ୍‌ ବେଲଟିକିରିସ୍ଥିତ ‘ଗୁଡ୍‌ ନ୍ୟୁଜ୍‌ ଇଣ୍ତିଆ’ ସେଲ୍‌ଟର ହୋମ୍‌ରେ ଅନ୍ତେବାସିନୀଙ୍କୁ ଅସଦାଚରଣ ଘଟଣାରେ ଜେଲ୍‌ରେ ଅଟକ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଫୟାଜ୍‌ ରେହମାନ୍‌ଙ୍କ ଜାମିନ୍‌ ଆବେଦନ ଆଜି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ସେଲ୍‌ଟର ହୋମ୍‌ ପିଲାମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୧ ଜଣଙ୍କୁ ନିଜ ନିଜର ପରିବାରକୁ ହସ୍ତାନ୍ତର କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଏହି ସେଲ୍‌ଟର ହୋମ୍‌ରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗ ନେଇ ଗତମାସ ୩୦ ତାରିଖରେ ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ଖୋଳତାଡ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଡ. ରେହମାନ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ତାର ଜବାବ ମିଳିନଥିଲା। ପ୍ରାଥମିକ ତଦନ୍ତ କାଳରେ ଅଭିଯୋଗର ସତ୍ୟତା‌ ନେଇ ସୂଚନା ମିଳିବା ପରେ ଡ. ରେହମାନ୍‌ଙ୍କୁ ଗତ ୧ ତାରିଖରେ ପୁଲିସ୍‌ ଗିରଫ କରିଥିଲା।

ସମ୍ବନ୍ଧିତ ଖବର