ବଢିଲା ରେହମାନ୍‌ଙ୍କ ରିମାଣ୍ତ

ମିଳିଲା ୧୧ ଝିଅଙ୍କ ଠିକଣା / ସୀମାଞ୍ଚଳଙ୍କୁ ଏସ୍‌ପିଙ୍କ ଜେରା

ଢେଙ୍କାନାଳ : ସଦର ବ୍ଲକ ବେଲ୍‌ଟିକିରିସ୍ଥିତ ‘ଗୁଡ୍‌ ନ୍ୟୁଜ୍‌ ଇଣ୍ତିଆ ସେଲ୍‌ଟର ହୋମ୍‌’ରେ ଅନ୍ତେବାସିନୀଙ୍କୁ ଅସଦାଚରଣ ଘଟଣାରେ ଅଧିକ ତଥ୍ୟ ସ˚ଗ୍ରହ ପାଇଁ ସଦର ପୁଲିସ୍‌ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଫୟାଜ୍‌ ରେହମାନ୍‌ଙ୍କୁ ଦୁଇଦିନିଆ ରିମାଣ୍ତରେ ଆଣି ପଚରାଉଚରା ଚଳାଇଛି। ଆଜି ସ˚ଧ୍ୟାରେ ଏହି ରିମାଣ୍ତ ଅବଧି ଶେଷ ହୋଇଯାଉଥିବା ବେଳେ ତଦନ୍ତ ଅଧାରେ ରହିଥିବାରୁ କୋର୍ଟ ସମୟସୀମାକୁ ଆଉ ୨ ଦିନ ବୃଦ୍ଧି କରିଛନ୍ତି। ସେହିଭଳି ଏହି ଘଟଣାରେ ଗିରଫ ହୋଇ ଜେଲ୍‌ରେ ଅଟକ ଥିବା ଅନ୍ୟତମ ଅଭିଯୁକ୍ତ ଅନୁଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଇନଚାର୍ଜ ସୀମା˚ଚଳ ନାଏକଙ୍କୁ ଆଜି ସ˚ଧ୍ୟାରେ ଏସପି ସନ୍ତୋଷ ନାୟକ ଜେଲ୍‌ ହାଜତରେ ଜେରା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ,ଗୁଡ୍‌ ନ୍ୟୁଜ୍‌ ଇଣ୍ତିଆ ସେଲ୍‌ଟର ହୋମ୍‌ ବେଲ୍‌ଟିକିରିରେ ଛାତ୍ରୀମାନଙ୍କୁ ଅସଦାଚରଣ କରାଯାଉଥିବା ଘଟଣାରେ ଗିରଫ ହୋଇ ଜେଲ୍‌ ହାଜତରେ ଥିବା ଅନୁଷ୍ଠାନର ଅଧ୍ୟକ୍ଷ ଡ. ରେହମାନ୍‌ଙ୍କୁ ପୁଲିସ୍‌ ୪ ତାରିଖରେ ରିମାଣ୍ତରେ ନେଇଥିଲା। ଦୁଇ ଦିନ ପଚରାଉଚରା ପରେ ବହୁ ତଥ୍ୟ ପୁଲିସ୍‌ ହାତରେ ଲାଗିଛି। ଆଜି ଅପରାହ୍ନ ୫ଟାରେ ରିମାଣ୍ତ ଅବଧି ଶେଷ ହେବାର ଥିଲା, ତେବେ ଅଧିକ ତଥ୍ୟ ହାସଲ ପାଇଁ ରିମାଣ୍ତ ସମୟ ଆଉ ୩ ଦିନ ବୃଦ୍ଧି କରିବାକୁ କୋର୍ଟରେ ପୁଲିସ୍‌ ଆବେଦନ କରିଥିଲା। କୋର୍ଟ ୩ ଦିନ ବଦଳରେ ଅଧିକ ୨ ଦିନ ରିମାଣ୍ତ ମଞ୍ଜୁର କରିଛନ୍ତି। ଏ ସ˚ପର୍କରେ ଏସପି ଶ୍ରୀ ନାୟକ କହିଛନ୍ତି ଯେ ଅଧିକ ତଥ୍ୟ ହାସଲ ପାଇଁ ରେହମାନ୍‌ଙ୍କୁ ଆଉ ୨ ଦିନ ରିମାଣ୍ତରେ ନିଆଯାଇଛି। ତାଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି। ଆବଶ୍ୟକ ପଡ଼ିଲେ ଗିରଫ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ରିମାଣ୍ତରେ ଆଣିବାର ବ୍ୟବସ୍ଥା କରାଯିବ। ସେହିପରି ରାଜ୍ୟ ବାହାରକୁ ୧୧ଜଣ ଛାତ୍ରୀଙ୍କୁ ପଠାଯାଇଥିବା ନେଇ ଚର୍ଚା ଉପରେ ଶ୍ରୀ ନାୟକ କହିଛନ୍ତି, ୧୧ ଜଣଯାକ ଝିଅଙ୍କ ଠିକଣା ମିଳିଯାଇଛି। ସେଥିରୁ ୧୦ ଜଣ ଓଡ଼ିଶା‌େର ଅଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର