ଲକ୍‌ଡାଉନ୍‌ରେ ଭୋଜି, ତଣ୍ଡ ଗଣିଲେ ୨୫ ହଜାର

ଧାମରା : ପୁଅ ବାହାଘରରେ ଭୋଜି କରି ବାପା ଗଣିଛନ୍ତି ତଣ୍ତ। କୋଭିଡ୍‌ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଚାନ୍ଦବାଲି ତହସିଲଦାର ଆଜି ମତୋ ମହାନ୍ତି ସାହିର ଦୁର୍ଯୋଧନ ପାଣିଗ୍ରାହୀଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଚାନ୍ଦବାଲି ଥାନା ମତୋ ମାଳବାଡ଼ ମହାନ୍ତି ସାହିର ଦୁର୍ଯୋଧନ ପାଣିଗ୍ରାହୀ ତାଙ୍କ ପୁଅ ବିବାହ ଅବସରରେ ଆୟୋଜନ କରିଥିଲେ ଏହି ଭୋଜି। ମହାମାରୀ କରୋନାର ଦ୍ବିତୀୟ ଲହର ସଂପ୍ରତି ଭୟଙ୍କର ରୂପ ଧାରଣ କରିଥିବାରୁ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପରି ସମୟରେ ବିବାହ ଉତ୍ସବରେ ମାତ୍ର ୫୦ ଜଣ ଲୋକ ସାମିଲ ହେବାର ନିୟମ ରହିଥିବାବେଳେ ଦୁର୍ଯୋଧନ ଆଜି ତାଙ୍କ ଘରେ ଶତାଧିକ ଲୋକଙ୍କ ପାଇଁ ଆୟୋଜନ କରିଥିଲେ ବାହାଘର ଭୋଜି। ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଓ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ଅଧାରୁ ବନ୍ଦ କରିବା ସହ ଦୁର୍ଯୋଧନଙ୍କଠାରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ।

ସମ୍ବନ୍ଧିତ ଖବର