ଆସନ୍ତା ଫେବୃୟାରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଲା ଓକିଲ ସଂଘ

ସମ୍ବଲପୁର: ଆସନ୍ତା ଫେବୃୟାରୀ ୫ରେ ବନ୍ଦ ରହିବ ପଶ୍ଚିମ ଓଡ଼ିଶା | ଏହି ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ | ରାଜ୍ୟ ଓକିଲ ସଂଘର ଚିଠିକୁ ନେଇ ପଶ୍ଚିମ ଓଡ଼ିଶାର ଓକିଲମାନେ ଏହି ବନ୍ଦ ଡାକରା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ ଭିନ୍ନ ଭିନ୍ନ ସମୟରେ ଆନ୍ଦୋଳନ କରୁଛନ୍ତି |

Rediff.com

ଯାହାକୁ ନେଇ ରାଜ୍ୟ ଓକିଲ ସଂଘ ପକ୍ଷରୁ ବାର କାଉନସିଲ ଅଫ ଇଣ୍ଡିଆକୁ ଚିଠି ଲେଖାଯାଇଥିଲା | ଏଥିରେ ଆନ୍ଦୋଳନ କରୁଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା |

ଏହି ତାଲିକାରେ ପଶ୍ଚିମ ଓଡ଼ିଶାର କିଛି ଓକିଲ ସଂଘଙ୍କ ନାମ ଉଲ୍ଲେଖ ଥିଲା | ଯାହାକୁ ତୀବ୍ର ବିରୋଧ କରି ଆଜି ପଶ୍ଚିମ ଓଡ଼ିଶାର ଓକିଲମାନେ ଏକତ୍ରିତ ହୋଇଥିଲେ | ଏଠାରେ ରାଜ୍ୟ ଓକିଲ ସଂଘର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି | ଫେବୃୟାରୀ ୫ ତାରିଖରେ ପଶ୍ଚିମ ଓଡ଼ିଶାର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରାଯିବା ନେଇ ବୈଠକରେ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର