ଭୁବନେଶ୍ବର : ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରିଚାଳିତ ଜେଇଇ ମେନ୍‌ର ସେସନ୍-୧ (ଫେବ୍ରୁଆରି ମାସ) ପରୀକ୍ଷା ଶେଷ ହୋଇଛି। ଫେବ୍ରୁଆରି ୨୩ରୁ ୨୬ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ପରୀକ୍ଷାରେ ଭାରତ ସମେତ ବିଭିନ୍ନ ଦେଶରେ ୬ଲକ୍ଷ ୬୧ହଜାର ୭୭୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିଲେ ହେଁ ୯୫% ଛାତ୍ରଛାତ୍ରୀ ପେପର୍‌-୧, ୮୧.୨% ଛାତ୍ରଛାତ୍ରୀ ପେପର୍‌-୨ ପରୀକ୍ଷା ଦେଇଥିବା ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

Advertisment

ଏନ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରି ୨୩ରୁ ୨୬ପର୍ଯ୍ୟନ୍ତ ହୋଇଥିବା ଏହି ପରୀକ୍ଷା ୩୩୧ଟି ସହରରେ ହୋଇଥିଲା। ଆମ ଦେଶର ବିଭିନ୍ନ ସହର ସମେତ କଲୋମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, ମସ୍କାଟ, ରିୟାଧ, ସାରଜାହ ଓ କୁଏତ୍‌ରେ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଲକ୍‌ଡାଉନ୍ ଯୋଗୁଁ ବାହାରିନ୍‌ରେ ପରୀକ୍ଷା ହୋଇପାରିନି। ପରେ ଏହି ପରୀକ୍ଷା ହେବ। ଚଳିତବର୍ଷ ପ୍ରଥମକରି ୧୩ଟି ଭାଷା ହିନ୍ଦୀ, ଗୁଜୁରାଟି, ଆସାମିଜ୍, ବେଙ୍ଗଲି, କନ୍ନଡ, ମାଲାୟଲମ୍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ୍‌, ତେଲୁଗୁ, ଉର୍ଦ୍ଦୁ ଭାଷାରେ ପ୍ରଶ୍ନପତ୍ର ପଡ଼ିଥିଲା। ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ବି ଏହି ବ୍ୟବସ୍ଥାରେ ପରୀକ୍ଷା‌ ହେବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି।