ଭୁବନେଶ୍ବର : +୨ ବାର୍ଷିକ ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ, ସେଲ୍ଫ ଫାଇନାନସିଂ ସ୍କୁଲକୁ ବାରମ୍ବାର ତାଗିଦ୍ କରାଯାଉଥିଲେ ବି କେତେକ ସ୍କୁଲ କର୍ତ୍ତୃପକ୍ଷ ସିସିଟିଭି ଲଗାଉନାହାନ୍ତି। ବିନା ସିସିଟିଭିରେ ପରୀକ୍ଷା କେନ୍ଦ୍ର ହୋଇପାରିବନି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ କରିଥିଲେ ହେଁ କେତେକ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ମାନୁନାହାନ୍ତି। ତେଣୁ ଆଜି ପରିଷଦର ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁମାନେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ନାହାନ୍ତି ସେମାନେ ଫେବ୍ରୁଆରି ୧୦ ସୁଦ୍ଧା ସିସିଟିଭି ଲଗାଇବେ। ଏଥିରେ ପାୱାର ବ୍ୟାକଅପ୍ ବ୍ୟବସ୍ଥା ସହ ସିସିଟିଭି ସଂଯୋଗ କରିବେ। ସେହିପରି ଯେଉଁଠି ସିସିଟିଭି ନଥିବ ସେହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ଉତ୍ତର ଖାତା ଏବଂ ମାର୍କ ଫଏଲ୍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଗ୍ରହଣ କରିବେନି। ଏହାବାଦ୍ ଧାର୍ଯ୍ୟ ସମୟରେ ସିସିଟିଭି ନଲଗାଇଲେ ଉକ୍ତ ପରୀକ୍ଷା କେନ୍ଦ୍ରକୁ ବାତିଲ୍ କରି ଏହାକୁ ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ।
ଫେବ୍ରୁଆରି ୧୦ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2020/01/cctv-camera-banner.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)