୭ ତାରିଖ ପରେ ରାଜ୍ୟର ଏସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା 

ଭୁବନେଶ୍ୱର: ଓଡ଼ିଶାର ତାଳଚେର ଓ ମାଲକାନଗିରିରେ ସର୍ବାଧିକ ୩୩.୪ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ର ୧୦.୦ ଡିଗ୍ରି ସେଲସିୟସ୍‌ ରହିଛି। ଏବେ ରାଜ୍ୟରେ ଦିନବେଳା ତାପମାତ୍ରା ୩୦ ଡିଗ୍ରି ଥିବା ବେଳେ ରାତିରେ ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଉଛି। ଏଭଳି ପାଗ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ଭୂମଧ୍ୟସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍‌ସ ହେତୁ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା ହେବ। ବିଶେଷ କରି ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା ସହ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ୮ରୁ ୯ ତାରିଖ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ଼,କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲାରେ ବର୍ଷା ସହିତ କାଳବୈଶାଖୀ ଆଶଙ୍କା କରାଯାଇଛି। ସେହିପରି ୯ରୁ ୧୦ ତାରିଖ ମଧ୍ୟରେ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନ ରହିଛି।

 

 

 

 

 

ସମ୍ବନ୍ଧିତ ଖବର