ବଡ଼ ଶକ୍ତି ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ: ବାଗ୍ଚି
ବୁର୍ଲା : ଭାରତ ଏକ ଯୁବ ରାଷ୍ଟ୍ର ଯାହାର ଲୋକ ସଂଖ୍ୟାର ୫୫ ପ୍ରତିଶତ ୨୦ରୁ ୨୫ ବର୍ଷୀୟ ଯୁବ ବର୍ଗ। ଏଭଳି ଯୁବଶକ୍ତିଙ୍କ ଲାଭ ଉଠାଇବାକୁ ହେଲେ ଆମ ଶିକ୍ଷା ପ୍ରଣାଳୀରେ ସଂସ୍କାର ଆଣିବାକୁ ହେବ। ଏଥିପାଇଁ ଜ୍ଞାନ, କୌଶଳ ଓ ବୈଷୟିକ ଦିଗକୁ ଅଧିକ ଗୁରୁତ୍ଵ ଦେବାକୁ ହେବ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୨୮ତମ ସମାବର୍ତ୍ତନ ଉତ୍ସବରେ କୁଳାଧିପତି ତଥା ଓଡ଼ିଶା ରାଜ୍ୟପାଳ ଡ. ଏସ୍.ସି. ଜମିର ମତ ଦେଇଛନ୍ତି।
ଜ୍ୟୋତିବିହାର ସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ସମାବର୍ତ୍ତନ ଓ ୫୧ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ତେଲୁଗୁ କବି କେ. ଶିବା ରେଡ୍ଡିଙ୍କୁ ବର୍ଷ ୨୦୧୬ର ସ୍ୱଭାବ କବି ଗଙ୍ଗାଧର ମେହେର ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ କୁଳପତି ତଥା ଆରଡିସି ଡ. ଡି.ଭି. ସ୍ୱାମୀ ସ୍ୱାଗତ ଭାଷଣ ଦେଇଥିଲେ। କୁଳସଚିବ ଡା. ସୂର୍ଯ୍ୟା ଥଙ୍କପାନ ମଞ୍ଚାସୀନ ଥିଲେ। ବର୍ଷ ୨୦୧୭ର ଯୋଗ୍ୟ ବିବେଚିତ ୩ ଜଣଙ୍କୁ ଡିଲିଟ୍, ୫୭ ଜଣଙ୍କୁ ପିଏଚ୍ଡି, ୩୭ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଓ ଡିଗ୍ରି ପ୍ରଦାନ କରାଯାଇଥିଲା। ଉତ୍ସବରେ ସମ୍ବଲପୁର ବିଧାୟିକା ପ୍ରଫେସର ଡା. ରାସେଶ୍ୱରୀ ପାଣିଗ୍ରାହୀ, ଆଇଜି ସୁଶାନ୍ତ ନାଥ, ଏସ୍ପି ସଞ୍ଜୀବ ଆରୋରା, ଭିମ୍ସାର୍ ନିର୍ଦ୍ଦେଶକ ପ୍ରଫେସର ଡା. ଅଶ୍ୱିନୀ ପୂଜାହାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/SBPHO6-BURLA.jpg)