ଉନ୍ନୟନ କମିସନରଙ୍କୁ ବିଦାୟୀ ସମ୍ବର୍ଧନା

ଭୁବନେଶ୍ବର : ରାଜ୍ୟ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.ବାଲକ୍ରିଷ୍ଣନ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତିି। ଏହି ଅବସରରେ ଓଡ଼ିଶା ସୂଚନା ସେବା ସଂଘ ତରଫରୁ ତାଙ୍କ କାର୍ଯ୍ୟାଳୟରେ ବିଦାୟକାଳୀନ ସମ୍ବର୍ଧନା ଜ୍ଞାପନ କରାଯାଇଛି।

ଉନ୍ନୟନ କମିସନରଙ୍କ ଦିଗଦର୍ଶନରେ ରାଜ୍ୟର ଭାଷା, ସଂସ୍କୃତି, କଳା, ଐତିହ୍ୟ, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି, ଗଣମାଧ୍ୟମ ଓ ଗଣଯୋଗାଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ପଦକ୍ଷେପ ନିଆଯାଇଥିବା ଦର୍ଶାଇ ସଂଘର ସଦସ୍ୟମାନେ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ତାଙ୍କର ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ। ଉନ୍ନୟନ କମିସନର ସଂଘର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ‌ସୂଚନା ସେବା ସଂଘ ତରଫରୁ ସଭାପତି ସୂର୍ଯ୍ୟ ମିଶ୍ର, ଉପ ସଭାପତି ସୁଚେତା ପ୍ରିୟଦର୍ଶିନୀ, ସଂପାଦକ ଭବାନୀଶଙ୍କର ଭୂୟାଁ, ସୂର୍ଯ୍ୟରଂଜନ ମହାନ୍ତି, ଉମାକାନ୍ତ ମହାପାତ୍ର, ଚିତ୍ତରଂଜନ ପତି, ସନ୍ତୋଷ କୁମାର ଦାସ, ମାନସ ଖୁଣ୍ଟିଆ, ଡ. ଜ୍ୟୋତିର୍ମତୀ ସାମନ୍ତରାୟ, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉନ୍ନୟନ କମିସନରଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର