ରେଢ଼ାଖୋଲ: ରେଢ଼ାଖୋଲ ସହର ନିକଟରେ ଚଳନ୍ତା ବସରୁ ଖସି ହେଲପର ନିଧି ରାଉତ (୩୭) ଗୁରତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଅନୁଗୁଳରୁ ସମ୍ବଲପୁର ଯାଉଥିବା ଉଷା ଟ୍ରାଭେଲ୍ସ (ଓଡି ୧୫ ଜି ୦୮୯୯) ଯାତ୍ରୀବାହୀ ବସ୍ରେ ରେଢ଼ାଖୋଲ ଥାନା ରାହାଣ ଗାଁର ନିଧି ହେଲପର ଭାବେ କାମ କରନ୍ତି। ବୁଧବାର ଦିନ ୨ ଟାରେ ବସ୍ଟି ରେଢ଼ଖୋଲ ବସ୍ଷ୍ଟାଣ୍ତରୁ ବାହାରି ସମ୍ବଲପୁର ଯାଉଥିବା ବେଳେ ସହର ଉପକଣ୍ଠ ପୁରୁଣା ପେଟ୍ରୋଲ ପମ୍ପ ନିକଟରେ ଚଳନ୍ତା ବସ୍ରୁ ନିଧି ଖସି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ତ ଚିକିତ୍ସାଲୟରେ ଭର୍ତ୍ତି କରାଯାଇ ଥିଲା। ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।