ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ଠାକୁରପଡ଼ା ପଞ୍ଚାୟତ ଘଷଣାଟାଙ୍ଗର ଗ୍ରାମର ରସିକ ମହାକୁଡ଼ (୩୫) ଗଛରୁ ଖସି ପଡ଼ି ଆଜି କେନ୍ଦୁଝର ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ୨୮ ତାରିଖରେ ଶ୍ରୀ ମହାକୁଡ଼ କାଇ ପାରିବା ପାଇଁ ଗଛକୁ ଚଢିଥିଲେ । ତେବେ କାଇ ପାରିବାବେଳେ ଗଛର ଡାଳ ଭାଙ୍ଗି ଯିବାରୁ ସେ ଗଛରୁ ତଳକୁ ଖସି ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗତକାଲି କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ କିନ୍ତୁ ଆଜି ତାଙ୍କର ମୃତ୍ୟୁ ଘଟିଛି ।
ଥାନାର ଏଏସଆଇ ସନ୍ତୋଷ କୁମାର ବେହେରା ୧୦/୨୨ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/dead-new-indian-express.jpg)